www.samajalive.in
Sunday, December 14, 2025
19.1 C
Bhubaneswar

ବୁମ୍‌ରା, ସାମି ପାଳିକରି ସୀମିତ ଓଭର ସିରିଜ୍ ଖେଳିବେ

ନୂଆଦିଲ୍ଲୀ : ନଭେମ୍ବର ୨୭ରୁ ଡିସେମ୍ବର ୮ ମଧ୍ୟରେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୩ଟି ଲେଖାଏଁ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଓ ଦିନିକିଆ ସିରିଜ୍ ଖେଳିବ। ଉଭୟ ସିରିଜ୍‌ର ୬ଟି ମ୍ୟାଚ୍‌ରେ ଭାରତର ଦୁଇ ପ୍ରମୁଖ ଫାଷ୍ଟବୋଲର ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମିଙ୍କୁ ନ ଖେଳାଇବାର ନିଷ୍ପତ୍ତି ନେଇଛି ଭାରତୀୟ ଦଳ ମ୍ୟାନେଜମେଣ୍ଟ। ଉଭୟ ସିରିଜ୍‌ରେ ବୁମ୍‌ରା ଓ ସାମିଙ୍କୁ ପାଳିକରି ଖେଳାଇବାକୁ ଭାରତୀୟ ଦଳ ଠିକ୍‌କରିଛି। ଡିସେମ୍ବର ୧୭ରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୪ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ ଖେଳିବାକୁ ଯାଉଥିବା ବେଳେ ଏହି ସିରିଜ୍‌ ପାଇଁ ଉଭୟ ବୁମ୍‌ରା ଓ ସାମିଙ୍କୁ ଭାରାକ୍ରାନ୍ତ ନ କରିବାକୁ ଭାରତୀୟ ଦଳ ମ୍ୟାନେଜମେଣ୍ଟ ଏପରି ନିଷ୍ପତ୍ତି ନେଇଛି।

ଭାରତର ପ୍ରମୁଖ ଫାଷ୍ଟବୋଲର ଈଶାନ୍ତ ଶର୍ମା ଆହତ ଥିବାରୁ ଆଡିଲେଡ୍‌ରେ ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଈଶାନ୍ତଙ୍କ ଖେଳିବା ନିଶ୍ଚିତ ନୁହେଁ। ଏହାକୁ ଦୃଷ୍ଟିରେ ରଖି ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମିଙ୍କୁ ସୀମିତ ଓଭର ସିରିଜ୍‌ର କମ୍ ମ୍ୟାଚ୍‌ ଖେଳାଇବାର ନିଷ୍ପତ୍ତି ଭାରତୀୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ବୋଲିଂ ପ୍ରଶିକ୍ଷକ ଭାରତ ଅରୁଣ କରିଛନ୍ତି। ସୂଚନାଯୋଗ୍ୟ; ଭାରତ-ଅଷ୍ଟ୍ରେଲିଆ ଟି୨୦ ସିରିଜ୍ ସମୟରେ ଡିସେମ୍ବର ୬ରୁ ୮ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ‘ଏ’ ବିପକ୍ଷରେ ଭାରତୀୟ ଏକାଦଶ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳିବ। ଡିସେମ୍ବର ୧୧ରୁ ୧୩ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ‘ଏ’ ବିପକ୍ଷରେ ଭାରତ ୨ୟ ଅଭ୍ୟାସ ମ୍ୟାଚ୍‌ ଖେଳିବ। ଯେଉଁ ଖେଳାଳିଙ୍କର ଟେଷ୍ଟମ୍ୟାଚ୍‌ ଖେଳିବାର ସମ୍ଭାବନା ଅଧିକ; ସେମାନଙ୍କୁ ଉପରୋକ୍ତ ୨ ଅଭ୍ୟାସ ମ୍ୟାଚ୍‌ରେ ଖେଳାଯିବ।  ବୁମ୍‌ରା ଓ ସାମି ଟ୍ବେଣ୍ଟି୨୦ ସିରିଜ୍ ଖେଳିଲେ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳିପାରିବେ ନାହିଁ; ଯାହା ଶାସ୍ତ୍ରୀ ଓ ଅରୁଣଙ୍କ ସହ ଅଧିନାୟକ ବିରାଟ କୋହଲି ଚାହାନ୍ତି ନାହିଁ। ତେଣୁ ସୀମିତ ଓଭର ସିରିଜ୍‌ରେ ବୁମ୍‌ରା ଓ ସାମିଙ୍କୁ ପାଳିକରି ଖେଳାଇ ଉଭୟଙ୍କୁ ୨ଟିଯାକ ଅଭ୍ୟାସ ମ୍ୟାଚ୍‌ ଖେଳାଇବାର ଯୋଜନା ରହିଛି। ଫଳରେ ଲାଲ୍‌ ବଲ୍‌ରେ ଦୁହେଁ ଟେଷ୍ଟମ୍ୟାଚ୍‌ ଖେଳିବା ପାଇଁ ଉପଯୁକ୍ତ ପ୍ରସ୍ତୁତି କରିପାରିବେ। ବୁମ୍‌ରା ଓ ସାମି କେବଳ ଦିନିକିଆ ସିରିଜ୍‌ ଖେଳି; ପରେ ଅଭ୍ୟାସ ମ୍ୟାଚ୍‌ ଖେଳିବା ସହ ଟେଷ୍ଟମ୍ୟାଚ୍‌ ପାଇଁ ପ୍ରସ୍ତୁତି କରିପାରନ୍ତି। ପୁଣି ଟ୍ବେଣ୍ଟି୨୦ ଦଳରେ ଟି. ନଟରାଜନ, ଦୀପକ ଚହର ଓ ନବଦୀପ ସୈନିଙ୍କ ପରି ଟି୨୦ ବିଶେଷଜ୍ଞ ପେସ୍ ବୋଲର ରହିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories