www.samajalive.in
Sunday, December 14, 2025
26.1 C
Bhubaneswar

ସାମ୍ବାଦିକ ଓ ପତ୍ନୀଙ୍କୁ ପିଟିପିଟି ହତ୍ୟା

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ପୁନର୍ବାର ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ହୋଇଛି। ଏଥର ସୋନଭଦ୍ରାଠାରେ ଜଣେ ସାମ୍ବାଦିକ ଓ ତାଙ୍କ ପତ୍ନୀଙ୍କୁ ଦୁର୍ବୃତ୍ତମାନେ ପିଟିପିଟି ହତ୍ୟା କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ୫ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ତଥା ସ୍ଥାନୀୟ ପୂର୍ବତନ ଗ୍ରାମ ମୁଖିଆ କେବଳ ପାଶ୍ବାନ ଫେରାର ଅଛି। ରାଜ୍ୟ ସରକାର କର୍ତ୍ତବ୍ୟରେ ଅବହେଳା ପାଇଁ ୩ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ମୃତ ସାମ୍ବାଦିକଙ୍କ ନାମ ଉଦୟ ପାଶ୍ବାନ ଓ ପତ୍ନୀଙ୍କ ନାମ ଶୀତଳା। ଉଦୟ ହିନ୍ଦୀ ଦୈନିକ ଖବରକାଗଜ ‘ନ୍ୟାସନାଲ ହେରାଲ୍ଡ’ର ସ୍ଥାନୀୟ ପ୍ରତିନିଧି ଥିଲେ। ସୋମବାର ପତି-ପତ୍ନୀ କୋନେ ଥାନାରେ ସୁରକ୍ଷା ପାଇଁ ଆବେଦନ କରି ଫେରୁଥିବାବେଳେ ବାଟରେ ଦୁର୍ବୃତ୍ତମାନେ ଠେଙ୍ଗା ଓ ଲୁହା ଛଡ଼ରେ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ଉଦୟଙ୍କ ମୃତ୍ୟୁ ଘଟିଥିବାବେଳେ ଶୀତଳାଙ୍କର ମଙ୍ଗଳବାର ବାରାଣସୀର ଏକ ଡାକ୍ତରଖାନାରେ ମୃତ୍ୟୁ ହୋଇଛି। କୌଣସି ଘଟଣାକୁ ନେଇ ଉଦୟଙ୍କର ସମ୍ପୃକ୍ତ ପୂର୍ବତନ ମୁଖିଆଙ୍କ ସହିତ ପୂର୍ବରୁ ବିବାଦ ରହିଥିଲା ବୋଲି ପୁଲିସ କହିଛି। ଉଦୟ ଏହି ଘଟଣାରେ କୋନେ ପୁଲିସଠାରୁ ସୁରକ୍ଷା ଲୋଡ଼ିଥିଲେ ମଧ୍ୟ ଏହା ଯୋଗାଇ ଦିଆଯାଇ ନ ଥିଲା। ଉଦୟ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାରରେ ମଧ୍ୟ ଆପତ୍ତି ଜଣାଇଥିଲେ। ସେଥିପାଇଁ କୋନେ ଥାନା ଇନ୍ସପେକ୍ଟରଙ୍କ ସହ ଜଣେ ସବ୍‌-ଇନ୍ସପେକ୍ଟର ଓ ଜଣେ କନ୍‌ଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଥିବା କହିଛନ୍ତି ସୋନଭଦ୍ରା ଏସ୍‌ପି ଆଶିଷ ଶ୍ରୀବାସ୍ତବ। ଉଦୟଙ୍କ ପୁଅ ବିନୟଙ୍କ ଏତଲା ଆଧାରରେ ପୁଲିସ ତଦନ୍ତ ଚଳାଇଛି। ମୁଖିଆ କେବଲଙ୍କୁ ବାଦ୍‌ ଦେଲେ ତାଙ୍କ ପତ୍ନୀ କୌଶଲ୍ୟା, ପୁଅ ଜିତେନ୍ଦ୍ର, ସହଯୋଗୀ ଗବର, ସିକନ୍ଦର ଓ ଏକଲାକ ଆଲାମଙ୍କୁ ପୁଲିସ ଗିରଫ କରିଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories