www.samajalive.in
Wednesday, December 10, 2025
16.1 C
Bhubaneswar

ଆସନ୍ତାକାଲି ଭାରତ ଓ ବାଂଲାଦେଶ ଶେଷ ଟ୍ବେଣ୍ଟି-୨୦

ନାଗପୁର : ଆସନ୍ତାକାଲି ରବିବାରର ଛୁଟି ଦିନରେ ମହାରାଷ୍ଟ୍ରର ନାଗପୁର ସହରରେ ଥିବା ଭିସିଏ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ତିନିଟିକିଆ ଟ୍ବେଣ୍ଟି-୨୦ ସିରିଜର ଶେଷ ମ୍ୟାଚ ଖେଳାଯିବ। ଭିସିଏ ଷ୍ଟାଡିୟମରେ ଏକକାଳୀନ ୪୫ହଜାର ଦର୍ଶକ ବସି ଖେଳ ଦେଖିପାରିବାର ସୁବିଧା ଥିବାରୁ ଏହି ମ୍ୟାଚର ରୋମାଞ୍ଚକର ହେବ। ସନ୍ଧ୍ୟା ୭ଟା ସମୟରେ ଏହି ମ୍ୟାଚ ଆରମ୍ଭ ହେବ। ପ୍ରଥମ ଦୁଇଟି ମ୍ୟାଚରେ ଉଭୟ ଦଳ ଗୋଟିଏ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛନ୍ତି। ଫଳରେ ସିରିଜ ୧-୧ରେ ବରାବର ସ୍ଥିତିରେ ରହିଛି। ତେବେ ଏହି ମ୍ୟାଚକୁ ଜିତିବା ପାଇଁ ଉଭୟ ଦଳ ପ୍ରୟାସ ଜାରି ରଖିବେ।
ଏହି ମ୍ୟାଚର ସିଧାପ୍ରସାରଣ ଷ୍ଟାର ସ୍ପୋଟ୍ସ ଚ୍ୟାନେଲ ମାଧ୍ୟମରେ ପ୍ରସାରିତ ହେବ। ଏହାର ଲାଇଭ ଷ୍ଟ୍ରିମିଙ୍ଗ୍ ହଟଷ୍ଟାରରେ ଦେଖିପାରିବେ।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

Related Articles

Popular Categories