ପୂର୍ଣ୍ଣ ଦର୍ଶକୀୟ କ୍ଷମତାରେ ହେବ ବାରବାଟୀ କ୍ରିକେଟ ମ୍ୟାଚ। ଶତ ପ୍ରତିଶତ କ୍ଷମତାକୁ ନେଇ ବାରବାଟୀରେ ଖେଳ ଦେଖିବେ ଦର୍ଶକ
ଭୁବନେଶ୍ବର: ଜୁନ ୧୨ରେ ବାରବାଟୀରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ। ପୂର୍ଣ୍ଣ ଦର୍ଶକୀୟ କ୍ଷମତାରେ ହେବ ବାରବାଟୀ କ୍ରିକେଟ ମ୍ୟାଚ। ଶତ ପ୍ରତିଶତ କ୍ଷମତାକୁ ନେଇ ବାରବାଟୀରେ ଖେଳ ଦେଖିବେ ଦର୍ଶକ। ଶତ ପ୍ରତିଶତ ଦର୍ଶକୀୟ କ୍ଷମତାକୁ ନେଇ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ମ୍ୟାଚ ଖେଳାଯିବାକୁ ବିସିସିଆଇ ଅନୁମତି ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ ପୂର୍ଣ୍ଣ ଦର୍ଶକ କ୍ଷମତାରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ଖେଳାଯିବ। ଆଜି ବିସିସିଆଇ ପକ୍ଷରୁ ବାରବାଟୀ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ଉପରେ ରହିଥିବା ସମସ୍ତ କଟକଣାକୁ ଉଠାଇ ଦିଆଯାଉଛି। ବିସିସିଆଇ ପକ୍ଷରୁ ପ୍ରବେଶ ଉପରେ କଟକଣା ଉଠାଇ ଦିଆଯାଇଥିବାରୁ ବାରବାଟୀ ଷ୍ଟାଡ଼ିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପୂର୍ଣ୍ଣ ଦର୍ଶକ କ୍ଷମତାରେ ଅନୁଷ୍ଠିତ ହେବ। ବାରବାଟୀ ଷ୍ଟାଡିୟମର ସିଟିଂ କ୍ଷମତା ଯେତିକି, ସେତିକି ସଂଖ୍ୟକ ଲୋକଙ୍କୁ ମ୍ୟାଚ୍ ଦେଖିବାକୁ ଅନୁମତି ମିଳିବ। ପୂର୍ବରୁ କରୋନା ପାଇଁ କଟଣକଣା ମଧ୍ୟରେ ଦର୍ଶକଙ୍କୁ ଷ୍ଟାଡିୟମକୁ ପ୍ରବେଶ ପାଇଁ ଅନୁମତି ମିଳୁଥିଲା। ଏବେ ସଂକ୍ରମଣ ହ୍ରାସ ପାଇଥିବାରୁ କ୍ରିକେଟ ପ୍ରେମୀମାନେ ନିଜ ପସନ୍ଦର ଖେଳାଳିଙ୍କୁ ସିଧାସଳଖ ମୈଦାନରେ ଖେଳୁଥିବାର ଦୃଶ୍ୟ ଦେଖିବାର ସୁଯୋଗ ପାଇବେ।
ଜୁନ୍ ୯ରୁ ୧୯ ପର୍ଯ୍ୟନ୍ତ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ଦିଲ୍ଲୀରେ ଖେଳାଯିବ। ତେବେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ଟିକିଆ ଟି-୨୦ର ଦ୍ବିତୀୟ ମ୍ୟାଚ ଜୁନ ୧୨ ତାରିଖରେ ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ। ଜୁନ୍ ୧୪ରେ ବିଶାଖାପଟନମରେ ତୃତୀୟ, ଜୁନ୍ ୧୭ରେ ଗୁଜରାଟରେ ୪ର୍ଥ ଓ ୫ମ ମ୍ୟାଚ୍ଟି ଜୁନ୍ ୧୯ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।
ଅପରପକ୍ଷରେ ବାରବାଟୀରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ନେଇ ସାମାନ୍ୟ ବିବାଦ ଦେଖାଯାଇଛି। ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ଏଚଆରପିସି ପକ୍ଷରୁ ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ପରେ ହିଁ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ଜଣାପଡ଼ିଛି।
Comments are closed.