www.samajalive.in
Saturday, December 6, 2025
15.1 C
Bhubaneswar

ଶ୍ରେୟସଙ୍କ ଶତକ ଓ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୩୪୮ ରନ୍‌ର ଟାର୍ଗେଟ ଦେଲା ଭାରତ

ହାମିଲଟନ: ହାମିଲଟନରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୩୪୭ ରନ ସଂଗ୍ରହ କରିଛି। ଶ୍ରେୟସ ଆୟାରଙ୍କ ଶତକୀୟ ଇନିଂସ(୧୦୩ ରନ), କେ.ଏଲ. ରାହୁଲଙ୍କ ଧୂଆଁଧାର ୮୮ ରନ(୬୪ବଲ) ଏବଂ ଅଧିନାୟକ ବିରାଟ କୋହଲିଙ୍କ ୫୧ ରନ ବଳରେ ଟିମ୍‌ ଇଣ୍ଡିଆ ଏହି ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଛି।

ଇନିଂସ ଓପର କରିଥିବା ଦୁଇ ଓପନର ପୃଥ୍ବୀ ଶ’ ଏବଂ ମ ୟଙ୍କ ଅଗ୍ରୱାଲ ଯଥାକ୍ରମେ ୨୦ ଏବଂ ୩୨ ରନ କରି ଆଉଟ୍‌ ହୋଇଯାଇଥିଲେ। ଦଳର ସ୍କୋର ୫୦ ରନ୍‌ ହୋଇଥିବାବେ​‌ଳେ ପ୍ରଥମେ ପୃଥ୍ବୀ ଶ ଏବଂ ପରେ ପରେ ୫୪ ରନରେ ମୟଙ୍କ ଅଗ୍ରୱାଲ ପ୍ୟାଭିଲିୟନକୁ ଫେରିଯାଇଥିଲା। ଏହା ପରେ କୋହଲି ଏବଂ ଶ୍ରେୟସ ୩ୟ ୱିକେଟ୍‌ରେ ୧୦୨ ରନ୍‌ର ପାର୍ଟନରଶିପ୍‌ କରି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ। କୋହଲି ଆଉଟ୍‌ ହେବା ପରେ କେ.ଏଲ. ରାହୁଲ ଚିରାଚରିତ ଢଙ୍ଗରେ ଆକର୍ଷଣୀୟ ୮୮ ରନର ପାଳି ଖେଳିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍‌ ସାଉଦୀ ୨ଟି, ଡି ଗ୍ରାଣ୍ଡହୋମ୍‌ ଏବଂ ସୋଧି ଗୋଟିଏ ଲେଖାଏ ୱିକେଟ୍‌ ହାସଲ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories