www.samajalive.in
Friday, December 5, 2025
20.1 C
Bhubaneswar

ଦକ୍ଷିଣକାଳୀ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ସୁନା କିରୀଟ, ଛତ୍ରୀ, ହୁଣ୍ଡି ଲୁଟିନେଲେ

ସୁଆଣ୍ଡୋ/ସାକ୍ଷୀଗୋପାଳ: ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁରସ୍ଥିତ ପ୍ରସିଦ୍ଧ ମା’ ଦକ୍ଷିଣ କାଳୀଙ୍କ ମନ୍ଦିରରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ମନ୍ଦିର ଭିତରୁ ୨ଟି ସୁନା କିରୀଟ, ସୁନା ଓ ରୁପାରେ ନିର୍ମିତ ଛତ୍ରୀ, ୩ଟି ସୁନା ମଙ୍ଗଳସୂତ୍ର, ମୁଣ୍ଡ ମାଳ ଏବଂ ହୁଣ୍ଡି ଲୁଟ୍‌ ନେଇଛନ୍ତି। ଏ ନେଇ ମନ୍ଦିର ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ସାଇଣ୍ଟିଫିକ ଟିମ ସହିତ ଆଇଆଇସି ଶକୁନ୍ତଳା ପତି ଓ ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ, ବୁଧବାର ଭୋର ପ୍ରାୟ ୫ଟାରେ ମନ୍ଦିର ପୂଜକ ଅଗାଧୁ ଦିକ୍ଷିତ ଠାକୁରାଣୀଙ୍କ ମଙ୍ଗଳ ଆଳତି କରିବାକୁ ଯାଇଥିବାବେଳେ ମନ୍ଦିରରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ସେ ଏ ସମ୍ପର୍କରେ ଗ୍ରାମକୋଠକୁ ଜଣାଇବା ପରେ ଗ୍ରାମ କୋଠ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ସାଇଣ୍ଟିଫିକ ଟିମ ତଦନ୍ତ କରିବା ପର୍ଯ୍ୟନ୍ତ ମନ୍ଦିରକୁ ପୁଲିସ ସିଲ୍‌ କରିଛି। ଠାକୁରାଣୀଙ୍କ ନୀତିକାନ୍ତି ବନ୍ଦ ରହିଛି। ମା’ଙ୍କ ମନ୍ଦିରରୁ ଚୋରିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories