www.samajalive.in
Friday, December 5, 2025
26.1 C
Bhubaneswar

‘କରୋନା’ ନେଲାଣି ୪୯୨ ଜୀବନ, ଆକ୍ରାନ୍ତ ସଂଖ୍ୟା ୨୪ ହଜାର ଟପିଲା

ବେଜିଂ: କରୋନା ଭୂତାଣୁ ଦିନକୁ ଦିନ କାୟା ମେଲାଇ ଚାଲିଛି। ଚୀନରୁ ବ୍ୟାପିବା ଆରମ୍ଭ କରିଥିବା ଏହି ଭୂତାଣୁକୁ ନେଇ ସାରା ବିଶ୍ଵରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ୨୫ ଦେଶରେ ପହଞ୍ଚି ସାରିଲାଣି। ଚୀନରେ ଏହା ମରାମାରୀ ରୂପ ନେଇସାରିଛି। ଏଠାରେ ବୁଧବାର ସୁଦ୍ଧା ୪୯୨ ଜଣ ମୃତ୍ୟୁବରଣ କରିସାରିଛନ୍ତି। ୨୪ ହଜାର ୩୨୪ ଜଣ ଆକ୍ରାନ୍ତ ହୋଇଛନ୍ତି।

ଚୀନର ଜାତୀୟ ସ୍ବାସ୍ଥ୍ୟ ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ, ମଙ୍ଗଳବାର କରୋନାରେ ଆକ୍ରାନ୍ତ ହୋଇ ୬୫ ଜଣ ପ୍ରାଣ ହରାଇଚନ୍ତି। ସମସ୍ତ ମୃତକ ହୁବେଇ ପ୍ରଦେଶର ରାଜଧାନୀ ଉହାନର। ଏହା ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୩୮୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୩୧ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ୨୬୨ ଜଣଙ୍କୁ ଚିକିତ୍ସା ପରେ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି।

- Advertisement -

ଅନ୍ୟପଟେ ଜାପାନ କରୋନା ଭାଇରସ ସକ୍ରମଣକୁ ରୋକିବା ଲାଗି ଯେଉଁ ଜାହାଜର ଯାତ୍ରୀମାନଙ୍କୁ ପୃଥକ କରି ରଖିଥିଲା ସେଥିରୁ ୧୦ ଜଣ ଏହି ମାରାତ୍ମକ ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଜାପାନର ସରକାରୀ ଗଣମାଧ୍ୟମ ଏନଏଚକେ ଏବଂ ସ୍ଥାନୀୟ ଗଣମାଧ୍ୟମ ସ୍ବାସ୍ଥ୍ୟ ମନ୍ତ୍ରଣାଳୟଠାରୁ ଏ ନେଇ ସୂଚନା ପାଇବା ପରେ ରିପୋର୍ଟ ପ୍ରକାଶ କରିଛନ୍ତି।

୧୩୦୦ ଶଯ୍ୟାର ଆଉ ଏକ ହସ୍ପିଟାଲ ପ୍ରସ୍ତୁତ

କରୋନା ଭାଇରସରେ ଆକ୍ରାନ୍ତମାନଙ୍କୁ ଚିକିତ୍ସା ଯୋଗାଇଦେବା ଲାଗି ଚୀନ ସରକାର ଯୁଦ୍ଧକାଳୀନ ଭିତ୍ତିରେ ହସ୍ପିଟାଲ ନିର୍ମାଣ କରିବାରେ ଲାଗିଛନ୍ତି। ବୁଧବାର ୧୩୦୦ ଶଯ୍ୟାର ଆଉ ଏକ ହସ୍ପିଟାଲରେ ଚିକିତ୍ସା ଉପଲବ୍ଧ କରାଇବା ଲାଗି ପ୍ରସ୍ତୁତି ଶେଷ ହୋଇଛି। ଏହା ପୂର୍ବରୁ ସରକାର ୧୦୦୦ ଶଯ୍ୟା ବିଶିଷ୍ଟ ଆଉ ଏକ ହସ୍ପିଟାଲ ନିର୍ମାଣ କରିସାରିଛନ୍ତି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories