ହାମିଲଟନ: ହାମିଲଟନରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ମଜଭୁତ ସ୍ଥିତିରେ ରହିଛି। ଦଳ ୩୫ ଓଭର ଶେଷ ସୁଦ୍ଧା ୩ ଉଇକେଟ୍ ହରାଇ ୧୯୯ ରନ ସଂଗ୍ରହ କରିଛି। ଅଧିନାୟକ ବିରାଟ କୋହଲି ୫୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଶ୍ରେୟସ ଆୟାର ୫୯ ଏବଂ କେ.ଏଲ. ରାହୁଲ ୨୪ ରନ୍ କରି ଖେଳୁଛନ୍ତି। ଦୁଇ ଓପନର ପୃଥ୍ବୀ ଶ’ ଏବଂ ମ ୟଙ୍କ ଅଗ୍ରୱାଲ ଯଥାକ୍ରମେ ୨୦ ଏବଂ ୩୨ ରନ କରି ଆଉଟ୍ ହୋଇଯାଇଥିଲେ। ଏହା ପରେ କୋହଲି ଏବଂ ଶ୍ରେୟସ ୩ୟ ୱିକେଟ୍ରେ ୧୦୨ ରନ୍ର ପାର୍ଟନରଶିପ୍ କରି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦୀ, ଡି ଗ୍ରାଣ୍ଡହୋମ୍ ଏବଂ ସୋଧି ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଛନ୍ତି।
ପ୍ରଥମ ଦିନିକିଆ: କୋହଲି, ଶ୍ରେୟସଙ୍କ ଅର୍ଦ୍ଧଶତକ, ମଜଭୁତ୍ ସ୍ଥିତିରେ ଭାରତ
Popular Categories



