www.samajalive.in
Saturday, December 6, 2025
15.1 C
Bhubaneswar

ପଶ୍ଚିମ ଓଡ଼ିଶା ବନ୍ଦ: ଯାତ୍ରୀ ପରିବହନ ଠପ୍‌, ସବୁ ଅଚଳ

ସମ୍ବଲପୁର/ଟିଟିଲାଗଡ଼: ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ପଶ୍ଚିମ ଓଡ଼ିଶା ଓକିଲ ସଂଙ୍ଘ ପକ୍ଷରୁ ‘ଫାଇଟ୍‌ ଫର ଲୟର୍ସ ରାଇଟ୍ସ’ ବ୍ୟାନରରେ କରାଯାଇଥିବା ଏହି ବନ୍ଦ ପାଳନ ଯୋଗୁ ସମଗ୍ର ଅଞ୍ଚଳରେ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଛି। ସକାଳୁ ଓକିଲମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକୋ କରି ଆନ୍ଦୋଳନ ଚଳାଇଛନ୍ତି। ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇ ଦୋକାନବଜାର ବନ୍ଦ କରାଯାଇଛି। ଅନେକ ସ୍ଥାନରେ ବନ୍ଦକୁ ସ୍ବତଃପ୍ରବୃତ୍ତ ସମର୍ଥନ ମିଳିଛି। ବିଶେଷକରି ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲାରେ ବନ୍ଦର ପ୍ରଭାବ ବେଶୀ ଦେଖିବାକୁ ମିଳିଛି। ସମ୍ବଲପୁରର କ୍ଷେତ୍ରରାଜପୁର ଷ୍ଟେଶନରେ ଆନ୍ଦୋଳନକାରୀମାନେ ଟ୍ରେନ ଅଟକାଇଥିବା ସୂଚନା ମିଳିଛି। ରେଳଧାରଣାରେ ବିକ୍ଷୋଭ ଯୋଗୁ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏବଂ ରାଉରକେଲା ଡିଏମୟୁ ଅଟକି ରହିଥିବା ଜଣାପଡ଼ିଛି।

- Advertisement -

ଆମ ଟିଟିଲାଗଡ଼ ପ୍ରତିନିଧିଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଟିଟିଲାଗଡ ବାର ଏସୋସିଏଶନ କର୍ମକର୍ତ୍ତା, ବ୍ଲକ ସରପଞ୍ଚ ସଂଘ, ବଣିକ ସଂଘ, ଛାତ୍ର କ୍ରିୟାନୁଷ୍ଠାନ କମିଟି, ବିକାଶ ସେନା, ଗରିବ ସେନା, ନାଗରିକ କମିଟି ପ୍ରମୁଖ ବହୁ ସଙ୍ଗଠନ ବନ୍ଦକୁ ସମର୍ଥନ କରି ଏଥିରେ ସାମିଲ ହୋଇଛନ୍ତି। ସକାଳ ୬ଟାରୁ ବିଭିନ୍ନ ସଂଗଠନର କର୍ମକର୍ତ୍ତା ବାଇକ୍‌ ରାଲି କରିବା ସହିତ ଟାୟାର ଜାଳି ରାସ୍ତାରୋକୋ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories