www.samajalive.in
Saturday, December 6, 2025
16.1 C
Bhubaneswar

ରାମ ମନ୍ଦିର ଟ୍ରଷ୍ଟକୁ କ୍ୟାବିନେଟ୍‌ ମଞ୍ଜୁରୀ, ସଂସଦରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ୩ ଦିନ ପୂର୍ବରୁ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ଟ୍ରଷ୍ଟ ଗଠନକୁ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଛି। ବୁଧବାର ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଟ୍ରଷ୍ଟର ନାମ ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର’ ରଖାଯାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ମାନ୍ୟବର ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁଯାୟୀ ସରକାର ଉତର ପ୍ରଦେଶ ସରକାରଙ୍କୁ ପାଞ୍ଚ ଏକର ଜାଗା ସୁନି ୱାକଫ୍‍ ବୋର୍ଡକୁ ପ୍ରଦାନ କରିବା ଲାଗି ଅନୁରୋଧ କରିଛନ୍ତି ଏବଂ ରାଜ୍ୟ ସରକାର ଏହି ଅନୁରୋଧ ରକ୍ଷା କରିଛନ୍ତି। ଆମ ସମସ୍ତଙ୍କୁ ଜଣା ଯେ, ପ୍ରଭୂ ଶ୍ରୀରାମ ଏବଂ ଅଯୋଧ୍ୟାର ଭାରତୀୟ ସଂସ୍କୃତି, ପରମ୍ପରା, ଐତିହ୍ୟ ଏବଂ ଆଦର୍ଶ ଉପରେ ଗଭୀର ପ୍ରଭାବ ରହିଛି। ଭବିଷ୍ୟତରେ ବହୁ ଭକ୍ତ ଶ୍ରୀରାମ ଲାଲାଙ୍କୁ ଶ୍ରଦ୍ଧାସୁମନ ଜଣାଇବା ପାଇଁ ଅଯୋଧ୍ୟା ଆଗମନ କରିବେ। ଏହାକୁ ଦୃଷ୍ଟିରେ ରଖି ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯାଉଛି। ଏହା ନିଷ୍ପତି ହୋଇଛି ଯେ, ସମସ୍ତ ୬୭.୭୦୩ ଏକର ଜମିକୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ନାମରେ କରିଦିଆଯିବ। ସୁପ୍ରିମ କୋର୍ଟଙ୍କ ଅଯୋଧ୍ୟା ରାୟ ପରେ ଶାନ୍ତି ଓ ସୌହାର୍ଦ୍ଦ ବଜାୟ ରଖିବା ଲାଗି ଦେଶବାସୀଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତବାସୀ ଗଣତାନ୍ତ୍ରିକ
ମୂଲ୍ୟବୋଧ ଓ ପ୍ରକ୍ରିୟା ଉପରେ ଯେଉଁ ଗଭୀର ଆସ୍ଥା ପ୍ରଦର୍ଶନ କରିଛନ୍ତି ସେଥିପାଇଁ ମୁଁ ୧୩୦ କୋଟି ଭାରତୀୟଙ୍କୁ ଅଭିବାଦନ ଜଣାଉଛି। ସମସ୍ତ ଭାରତୀୟ ଗୋଟିଏ ପରିବାର ସଦୃଶ। ଏହାହିଁ ଭାରତର ମହାନ ପରମ୍ପରା। ଆମେ ସମସ୍ତ ଭାରତୀୟଙ୍କ ଖୁସି ଓ ସମୃଦ୍ଧି କାମନା କରୁ। ଆମେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ମନ୍ତ୍ର ନେଇ ପ୍ରତ୍ୟେକ ନାଗରିକର ବିକାଶ ଦିଗରେ କାର୍ଯ୍ୟରତ। ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ଦିଗରେ କାର୍ଯ୍ୟ କରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories