www.samajalive.in
Monday, December 15, 2025
17.1 C
Bhubaneswar

ଅଷ୍ଟ୍ରେଲିଆକୁ ୪୦୦ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ଅଷ୍ଟ୍ରେଲିଆକୁ ୪୦୦ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ
ଇନ୍ଦୋର: ଅଷ୍ଟ୍ରେଲିଆ ବିପକ୍ଷରେ ବିସ୍ପୋରକ ବ୍ୟାଟିଂ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ। ଉଦୟମାନ ବ୍ୟାଟ୍ସମ୍ୟାନ ଶୁବମନ୍‌ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ ଓ କେଏଲ୍‌ ରାହୁଲ ଅଷ୍ଟ୍ରେଲିଆ ଦଳର ବୋଲରଙ୍କୁ ଧୁମ ପ୍ରହାର କରିଛନ୍ତି। ଅଷ୍ଟ୍ରେଲିଆର ସବୁ ବୋଲରଙ୍କୁ ଧୁଲେଇ କଲେ ଭାରତୀୟ ବ୍ୟାଟ୍ସମ୍ୟାନ। ଶ୍ରେୟସ ଓ ଶୁବମନ ଗିଲ ଶତକ ହାସଲ କରିବା ସହିତ ୨୦୦ ରନ୍‌ର ଭାଗିଦାରୀ ପାଳି ଖେଳିପାରିଛନ୍ତି। ସୂର୍ଯ୍ୟକୁମାର ଯାଦବ ଓ କେଏଲ୍‌ ରାହୁଲ ବ୍ୟକ୍ତିଗତ ଭାବେ ଅର୍ଦ୍ଧଶତକ ରନ ସଂଗ୍ରହ କରିଛନ୍ତି। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ୱିକେଟ୍‌ ହରାଇ ୩୯୯ ରନ୍‌ ସଂଗ୍ରହ କରି ଅଷ୍ଟ୍ରେଲିଆ ଦଳକୁ ୪୦୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଗିଲ ୧୦୪, ଆୟର ୧୦୫, ରାହୁଲ ୫୨ ଓ ସୂର୍ଯ୍ୟଙ୍କ ୭୨ ରନ ସଂଗ୍ରହ କରିଛନ୍ତି।

ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଖେଳ ଜାରି ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦ୍ବିତୀୟ ମୁକାବିଲାରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବ୍ୟାଟିଂ କରିଥିଲା।
ଅଷ୍ଟ୍ରେଲିଆ ବିପକ୍ଷରେ ଗିଲ-ଆୟରଙ୍କ ଚତୁର୍ଥ ପାର୍ଟନରସିପରେ ରେକର୍ଡ ସୃଷ୍ଟି ହୋଇଛି। ଲକ୍ଷ୍ମଣ-ଯୁବରାଜ(୨୧୩), କୋହିଲି-ଧାୱନ(୨୧୨)। ଅଷ୍ଟ୍ରେଲିଆ ବିପକ୍ଷରେ ୨ଶହ ରନର ପାର୍ଟନରସିପ ଚତୁର୍ଥ ସର୍ବାଧିକ ରହିଛି।
ଦିନିକିଆରେ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଶୁବମନ ଗିଲଙ୍କ ରେକର୍ଡ ସୃଷ୍ଟି କରିଛନ୍ତି। ସବୁଠୁ କମ ୩୫ଟି ଇନିଂସ ଖେଳି ଷଷ୍ଠ ଶତକ କରିଛନ୍ତି ଶୁବମନ ଗିଲ। ପୂର୍ବରୁ ୪୬ଟି ଇନିଂସ ଖେଳି ଷଷ୍ଠ ଶତକ ପୂରଣ କରିଥିଲେ ଧୱନ। ଏହି ତାଲିକାରେ ତୃତୀୟରେ ଅର୍ଥାତ ୫୩ ଇନିଂସ ଖେଳି ଷଷ୍ଠ ଶତକ ହାସଲ କରିଥିଲେ ଲୋକେଶ ରାହୁଲ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories