www.samajalive.in
Saturday, December 13, 2025
14.1 C
Bhubaneswar

ପାଞ୍ଚ ଶହ ବର୍ଷ ପରେ ବି ଜଗନ୍ନାଥ ଦାସଙ୍କ ଭାଗବତର ପ୍ରାସଙ୍ଗିକତା ଅକ୍ଷୁର୍ଣ୍ଣ ରହିଛି

ଭୁବନେଶ୍ୱର:ପଞ୍ଚସଖାଙ୍କ ମଧ୍ୟରେ ଅନନ୍ୟ ତଥା ଭାଗବତ ପ୍ରଣେତା ଅତିବଡୀ ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ଦୀର୍ଘ ପାଞ୍ଚଶହ ବର୍ଷ ଧରି ଭାରତବର୍ଷରେ ଧର୍ମୀୟ ଜନଜାଗରଣ ସୃଷ୍ଟି ସହ ଶ୍ରୀଜଗନ୍ନାଥ ଓ ଉତ୍କଳୀୟ ସଂସ୍କୃତିକୁ ବିକଶିତ କରି ଚାଲିଛି ବୋଲି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର କହିଛନ୍ତି। ଦୀର୍ଘ ପାଞ୍ଚ ଶହ ବର୍ଷ ପରେ ବି ଜଗନ୍ନାଥ ଦାସଙ୍କ ଭାଗବତର ପ୍ରାସଙ୍ଗିକତା ଏବେ ମଧ୍ୟ ଅକ୍ଷୁର୍ଣ୍ଣ ରହିଛି। ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅତିବାଡୀଙ୍କ ସାଧନା ପୀଠ ସାତଲହଡି ମଠ ପରିସରରେ “ଓଡିଆ ଭାଗବତର ସର୍ବକାଳୀନ ଉପଯୋଗୀତା” ଶୀର୍ଷକ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ରକୁ ଉଦଘାଟନ ପୂର୍ବକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପାତ୍ର ମଣିଷ ଜୀବନକୁ ଉପଯୁକ୍ତ ମାର୍ଗଦର୍ଶନ ପାଇଁ ଭାଗବତ ଶ୍ରେଷ୍ଠ ମାଧ୍ୟମ ବୋଲି କହିଥିଲେ। ଭଲ ଜୀବନ ଜିଇଁବା ପାଇଁ ସମସ୍ତ ପ୍ରେରଣା ଓ ସାଧାରଣ ଭାଷାରେ ଏହା ଲେଖା ଯାଇଛି। ଓଡ଼ିଆ ଭାଷାକୁ ରୁଦ୍ଧିବନ୍ତ କରିବା ପାଇଁ ଭାଗବତ ଅସୀମ କାନ୍ତି ଯୋଗାଉଥିବା ମନ୍ତ୍ରୀ କହିଛନ୍ତି । ଅତିବଡୀଙ୍କ ସାଧନା ଓ ସମାଧି ପୀଠ ସାତଲହଡି ମଠର ସୁରକ୍ଷା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ଘୋଷଣା କରିବା ସହ ସାଧନା ବ୍ୟର୍ଥ ଯାଏନି ଯାହା ଭାଗବତ ପ୍ରମାଣ କରିଛି ବୋଲି କହିଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ବିଶ୍ୱର ସର୍ବକାଳୀନ ଶେଷ୍ଠ ସାହିତ୍ୟ ହେଉଛି ଭାଗବତ। ପିଢ଼ି ପରେ ପିଢ଼ି ଯେଉଁମାନେ ଏହାକୁ ବଞ୍ଚାଇ ରଖିଛନ୍ତି ସେମାନେ ଧନ୍ୟ। ଓଡ଼ିଆ ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକ ସ୍ୱକୀୟ ସଭାପତିତ୍ୱରେ କହିଲେ ଯେ ସାଧାରଣ ଲୋକଙ୍କ ବୋଧଗମ୍ୟ ହେବାଭଳି ଉପମା ଭଗବତରେ ପ୍ରୟୋଗ ହୋଇଛି ଯାହା ଏହି ମହାନ ଗ୍ରନ୍ଥର ବୈଶିଷ୍ଟ୍ୟ। ଭାଗବତ ହେଉଛି ଉତ୍ତରତର ସାହିତ୍ୟ ଯାହା ଚାପକ୍ଲୀଷ୍ଟ ଜୀବନଶୈଳୀକୁ ଲାଘବ କରିବା ପାଇଁ ଉଦ୍ଦିଷ୍ଟ।

- Advertisement -

ଏକାଡେମୀ ଉପ ସଭାପତି ସଂଗ୍ରାମ ଜେନା ତାଙ୍କ ବକ୍ତବ୍ୟରେ ଭାଗବତକୁ ଏକ ଧର୍ମନିରପେକ୍ଷ ସାରସ୍ୱତ କୃତି ବୋଲି ଅଭିହିତ କରିଥିବା ବେଳେ ଏକାଡେମୀ ସଚିବ ଶୁଚିସ୍ମିତା ମନ୍ତ୍ରୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଆଲୋଚନା ଚକ୍ରର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟ ଯୋଜନା ଵୋର୍ଡର ପୂର୍ବତନ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ଆଲୋଚନା ଚକ୍ରରେ ଯୋଗଦେଇ ଥିବା ବେଳେ ଆଲୋଚକ ଭାବେ କୈଳାଶ ଚନ୍ଦ୍ର ଟିକାୟତ ରାୟ, ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର, କୃପାସିନ୍ଧୁ ମିଶ୍ର, ସୁମିତ୍ରା କୁମାରୀ ପଟ୍ଟନାୟକ ଯୋଗଦେଇ ଭାଗବତ ଓଡ଼ିଆ ଜାତିର ଧର୍ମୀୟ ଭାବନା ପାଇଁ ଏକ ସମ୍ବିଧାନ ସଦୃଶ୍ୟ ଓ ଏହା ବର୍ଷ ପରେ ବର୍ଷ ମାନବ ଜାତିକୁ ନୀତି ଓ ଆଦର୍ଶ ପଥରେ ଯିବାକୁ ପ୍ରେରଣା ଦେଉଥିବ ବୋଲି କହିଥିଲେ।

ଅତିବଡୀଙ୍କ ଜୟନ୍ତୀ ସମାରୋହ ପରିପ୍ରେକ୍ଷୀରେ ପ୍ରାତଃ କାଳରେ ଏକ ଭବ୍ୟ ସଂକୀର୍ତ୍ତନ ପଦଯାତ୍ରା ସିଂହଦ୍ବାର ଠାରୁ ବାହାରି ସାତଲହଡି ମଠ ରେ ପହଞ୍ଚିଥିଲା । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିବିଶେଷ, ଓଡ଼ିଶାର ବିଭିନ୍ନ କୀର୍ତ୍ତନ ଦଳ, ପାଲାକାର, କଳାକାର, ବିଭିନ୍ନ ବିଶ୍ଵବିଦ୍ୟାଳୟ ର ଛାତ୍ର ଛାତ୍ରୀ ଯୋଗଦେଇଥିଲେ। ଆଲୋଚନା ଚକ୍ର ଶେଷରେ ଏକାଡେମୀ ର ଉପସଭାପତି କବି ଡକ୍ଟର ସଂଗ୍ରାମ ଜେନା ଧନ୍ୟବାଦ ଦେଇଥିଲେ।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories