www.samajalive.in
Saturday, December 13, 2025
14.1 C
Bhubaneswar

ଜିଲା ଆଇନସେବା ପ୍ରାଧିକରଣ ତରଫରୁ ଜୋନାଲ୍‌ସ୍ତରୀୟ ପ୍ରତିଯୋଗିତା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ-ତଥା-ଜିଲା ଓ ଦୌରାଜଜ୍‌ ନିଶିଥ୍‌ ନିଶାଙ୍କଙ୍କ ପରାମର୍ଶ କ୍ରମେ ଓ ପ୍ରାଧିକରଣଙ୍କ ସଚିବ ସୌଦାମିନୀ ସିଂଙ୍କ ତତ୍ତ୍ୱାବଧାନରେ ଆଜି ବିକଳ୍ପ ସମାଧାନ କେନ୍ଦ୍ର, ଭୁବନେଶ୍ୱର ପରିସରରେ ଏକ ଜୋନାଲ୍‌ ସ୍ତରୀୟ ନାଟକ, ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କଟକ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ପୁରୀ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କ୍ଷୁଦ୍ର ନାଟକ ପ୍ରତିଯୋଗିତାରେ ଭୁବନେଶ୍ୱରର ୟୁନିଟ୍‌-୧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ, ପ୍ରବନ୍ଧ ପ୍ରତିଯୋଗିତାରେ ବକ୍ଲି ବାଳିକା ଉଚ୍ଚବିଦ୍ୟାଳୟର ରେବିକା ନାଏକ ପ୍ରଥମ, ବକ୍ତୃତା ପ୍ରତିଯୋଗିତାରେ କଟକସ୍ଥିତ କାଜିବଜାର ହାଇସ୍କୁଲର ଶକ୍ତିସ୍ୱରୂପା ସିଂ ପ୍ରଥମ, ଚିତ୍ରାଙ୍କନରେ ଜଗତସିଂହପୁର ପୁରୋହିତପୁର ହାଇସ୍କୁଲର ରୁଦ୍ରପ୍ରସାଦ ପାତ୍ର ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଉନ୍ନୀତ ହୋଇଛନ୍ତି ବୋଲି ପ୍ରାଧିକରଣଙ୍କ ସଚିବ ସୌଦାମିନୀ ସଂ ପ୍ରକାଶ କରିଛନ୍ତି। ସମସ୍ତ ବିଜୟୀ ଦଳ ଓ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଜୁରି ମେମ୍ବର, ଆଇନଜୀବୀ, ସାମ୍ବାଦିକ, ଆଇନ ସହାୟତା କର୍ମୀ, କୋର୍ଟ କର୍ମଚାରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକଙ୍କ ସହ ଛାତ୍ରଛାତ୍ରୀ ଓ ଜନସାଧାରଣ ଉପସ୍ଥିତ ରହି ଭରପୂର ଆନନ୍ଦ ନେଇଥିଲେ। ପ୍ରାଧିକରଣଙ୍କ କନିଷ୍ଠ କିରାଣି ତଥା ଉପସ୍ଥାପିକା ମୋନାଲିସା ପରିଡ଼ା କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। ପ୍ରାଧିକରଣଙ୍କ ଅନ୍ୟତମ କନିଷ୍ଠ କିରାଣି ମନୋରଞ୍ଜନ ଦାସ, ଶୁଭେନ୍ଦୁ ଶେଖର ସାହୁ, ପ୍ରତିପକ୍ଷ ଓକିଲ ଆଶୀର୍ବାଦ ମହାନ୍ତି, ସମ୍ବିତ ପାଣିଗ୍ରାହୀ ଓ ଶିବାନନ୍ଦ ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ବୀରଂଜିତ ଦାସ, ଶରତ ଚନ୍ଦ୍ର ସାହୁ, ଶିବ ଦେହୁରୀ, ସୁଜିତ ପାଇକରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories