www.samajalive.in
Monday, December 15, 2025
15.1 C
Bhubaneswar

ଆମେରିକା-ପାକିସ୍ତାନ ସମ୍ପର୍କକୁ ଭାରତର ବିରୋଧ

ନୂଆଦିଲ୍ଲୀ : ପାକିସ୍ତାନକୁ ଆମେରିକା ଯୋଗାଇ ଦେବାକୁ ଥିବା ସାମରିକ ସହାୟତା ପ୍ରସଙ୍ଗରେ ଭାରତ କଡା ପ୍ରତିକ୍ରିୟା ରଖିଛି। ପାକିସ୍ତାନର ଯୁଦ୍ଧ ବିମାନ ଏଫ-୧୬ର ନବୀକରଣ ନିମନ୍ତେ ଆମେରିକା ଆବଶ୍ୟକ ଯନ୍ତ୍ରାଂଶ ଯୋଗାଇ ଦେବାକୁ ଘୋଷଣା କରିଛି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନକୁ ସାମରିକ ସହାୟତା ବନ୍ଦ କରିଥିବାବେଳେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ଏହାକୁ ପୁନର୍ବାର ଆରମ୍ଭ କରିଛନ୍ତି। ବାଇଡେନଙ୍କ ଏପରି ନିଷ୍ପତ୍ତି ଉପରେ ଜବାବ ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଜୟଶଙ୍କର କହିଛନ୍ତି ଯେ ଆମେରିକା ଓ ପାକିସ୍ତାନ ସମ୍ପର୍କ ଦ୍ବାରା କୌଣସି ରାଷ୍ଟ୍ରର ସ୍ବାର୍ଥ ସାଧନ ହେଉ ନାହିଁ। ସାଧାରଣତଃ ଦ୍ବିପାକ୍ଷିକ ସମ୍ପର୍କରେ ଉଭୟ ରାଷ୍ଟ୍ରର ସ୍ବାର୍ଥ ସାଧନ ହୋଇଥାଏ। ମାତ୍ର ଆମେରିକା-ପାକିସ୍ତାନ ସମ୍ପର୍କରେ ଆମେରିକା କିମ୍ବା ପାକିସ୍ତାନ କାହାର ସ୍ବାର୍ଥ ସାଧନ ହେଉ ନାହିଁ। ଆତଙ୍କବାଦ ମୁକାବିଲା ନିମନ୍ତେ ପାକିସ୍ତାନକୁ ଆମେରିକା ଏଫ-୧୬ ଲଢୁଆ ଯୁଦ୍ଧ ବିମାନ ଯୋଗାଇ ଦେଇଥିଲା। ମାତ୍ର ପାକିସ୍ତାନ ଆତଙ୍କବାଦକୁ ଦମନ ପରିବର୍ତ୍ତେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଥିଲା। ଏପରିକି ଆତଙ୍କବାଦ ନାମରେ ଆମେରିକା ଦେଉଥିବା ସହାୟତାକୁ ପାକିସ୍ତାନ ଆମେରିକା ବିରୋଧରେ ପ୍ରୟୋଗ କରିଥିଲା। ଏବେ ପୁନର୍ବାର ଏଫ-୧୬ ଯୁଦ୍ଧବିମାନର ଯନ୍ତ୍ରାଂଶକୁ ଆଧୁନିକୀକରଣ କରିବା ଲାଗି ଆମେରିକା ସହାୟତା ଯୋଗାଇ ଦେବା ଆଶ୍ଚର୍ଯ୍ୟର ବିଷୟ ହୋଇଛି। ଆମେରିକାର ଏହି ସହାୟତା ପରୋକ୍ଷରେ ଭାରତ ପାଇଁ ବିପଦ ସାବ୍ୟସ୍ତ ହେବାକୁ ଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories