www.samajalive.in
Sunday, December 14, 2025
26.1 C
Bhubaneswar

ରାଜସ୍ଥାନରେ ଏବେ ବଦଳିବନି ନେତୃତ୍ବ

ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉତ୍ତରାଧିକାରୀ ନିଯୁକ୍ତିକୁ ନେଇ ରାଜ୍ୟ ସରକାରରେ ଦେଖାଯାଇଥିବା ଅଚଳାବସ୍ଥାକୁ ଟାଳିବା ଲାଗି କଂଗ୍ରେସ ପଦକ୍ଷେପ ନେଇଛି। ପଦକ୍ଷେପ ଅନୁଯାୟୀ ବର୍ତ୍ତମାନ ସମୟରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରାଯିବ ନାହିଁ। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ରାଜ୍ୟରେ ସ୍ଥିତାବସ୍ଥା ଜାରି ରହିବ । ଅର୍ଥାତ୍ ଗେହଲଟ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଜାରି ରଖିବେ। ଏହା ସହିତ ରାଜ୍ୟରେ ଗେହଲଟଙ୍କ ଅନୁଗତ ବିଧାୟକଙ୍କ ବିଦ୍ରୋହକୁ ନେଇ ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଛି ସେ ସମ୍ପର୍କରେ ଦଳୀୟ ପର୍ଯ୍ୟବେକ୍ଷକମାନେ ହାଇକମାଣ୍ଡଙ୍କ ନିକଟରେ ଲିଖିତ ରିପୋର୍ଟ ଦେବେ। ଆଜି ରାତି କିମ୍ବା ଆସନ୍ତାକାଲି ଦୁଇ ପର୍ଯ୍ୟବେକ୍ଷକ ଅଜୟ ମାକେନ ଓ ମଲ୍ଲିକାର୍ଜୁନ ଖଡଗେ ସେମାନଙ୍କ ଲିଖିତ ରିପୋର୍ଟ ଦେବା ପରେ ଦଳ ଯାହାକିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ରବିବାର ଗେହଲଟଙ୍କ ଅନୁଗତ ଶାସକ ବିଧାୟକଙ୍କ ବିଦ୍ରୋହ ରାଜ୍ୟ ସରକାରକୁ ସଙ୍କଟ ମଧ୍ୟକୁ ଟାଣି ନେଇଛି। ଅନୁଗତଙ୍କ ବିଦ୍ରୋହ ଗେହଲଟଙ୍କ ପାଇଁ କାଳ ହୋଇଛି। ଗାନ୍ଧୀ ପରିବାରର ଅତ୍ୟନ୍ତ ଅନୁଗତ ଭାବେ ଜଣା ଗେହଲଟ ଏବେ ହାଇକମାଣ୍ଡଙ୍କ ବିଶ୍ବାସ ହରାଇ ବସିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ପଦ ସହିତ ମୁଖ୍ୟମନ୍ତ୍ରୀ ପଦକୁ ଆୟତ୍ତରେ ରଖିବାର ଲୋଭ ତାଙ୍କ ପାଇଁ କାଳ ହୋଇଛି। ଆଗାମୀ ଦିନରେ ସେ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ବାଦ ପଡିବାକୁ ଯାଉଛନ୍ତି। ରବିବାର ରାଜ୍ୟ କଂଗ୍ରେସ ବିଧାୟକ ଦଳ ବୈଠକ ଡକାଯାଇଥିଲା। ବୈଠକରେ ସଚିନ ପାଇଲଟଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ମନୋନୀତ କରାଯିବାର ସମ୍ଭାବନାକୁ ଦେଖି ଗେହଲଟଙ୍କ ଅନୁଗତମାନେ ବିଦ୍ରୋହ କରିଥିଲେ । ଏପରିକି ସେମାନେ ବିଧାୟକ ଦଳ ବୈଠକ ପୂର୍ବରୁ ସମୂହ ଇସ୍ତଫା ଦେଇଥିଲେ। ଗେହଲଟଙ୍କ ପକ୍ଷର ବିଧାୟକମାନେ ଦାବି କରିଥିଲେ ଯେ ପ୍ରତାରକଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସା ଯାଇପାରିବ ନାହିଁ । କାରଣ ୨୦୨୦ରେ ସଚିନ ପାଇଲଟ ତାଙ୍କ ଅନୁଗତ ବିଧାୟକଙ୍କୁ ଧରି ଗେହଲଟଙ୍କ ବିରୋଧରେ ବିଦ୍ରୋହ କରିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories