www.samajalive.in
Monday, December 15, 2025
26.1 C
Bhubaneswar

ଏସ୍‌ସିବିରେ ପିଲା ଚୋରି

କଟକ : କଟକ ବଡ଼ ମେଡିକାଲ ଏସ୍‌ଏନ୍‌ସିୟୁରୁ ନବଜାତ ଶିଶୁକନ୍ୟା ଚୋରି ହେବା ନେଇ ସୋମବାର ହାଇଡ୍ରାମା ଦେଖିବାକୁ ମିଳିଥିଲା। ଚୋରାଇ ନିଆଯାଇଥିବା ଶିଶୁ କନ୍ୟା ଶେଷରେ ମିଳିଛି। କଟକ ସଦର ପ୍ରତାପନଗରୀ ଅଞ୍ଚଳର ଜଣେ ମହିଳା ଭୁଲ ଭାବେ ତାଙ୍କ ଶିଶୁ ପୁତ୍ର ବଦଳରେ ଶିଶୁ କନ୍ୟାକୁ ନେଇଯାଇଥିଲେ ବୋଲି ମଙ୍ଗଳାବାଗ ଥାନାରେ ପହଞ୍ଚି ସଫେଇ ଦେବା ସହିତ ତାକୁ ଫେରାଇ ଦେଇଛନ୍ତି। ତେବେ ମହିଳାଙ୍କ ଦାବି ମୁତାବକ ତାଙ୍କ ଶିଶୁ ପୁତ୍ରର କୌଣସି ପତ୍ତା ମିଳିପାରି ନାହିଁ। ଏସ୍‌ସିବି ମେଡିକାଲ କର୍ତ୍ତୃପକ୍ଷ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲେ ମଧ୍ୟ ସମ୍ପୃକ୍ତ ମହିଳା ଶିଶୁପତ୍ର ଜନ୍ମଦେବା ନେଇ କୌଣସି ସ୍ପଷ୍ଟ ପ୍ରମାଣ ମିଳିପାରି ନାହିଁ। ଏହାକୁ ନେଇ ମହିଳାଙ୍କ ଉପରେ ସନ୍ଦେହ ଦୃଢିଭୁତ ହୋଇଛି। ପୁଲିସ ତାଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି। ମହିଳା ଜଣଙ୍କ ଶିଶୁଟିକୁ ମେଡିକାଲରୁ ଚୋରାଇ ନେଇ ଯାଇଥିବା ବେଳେ ଘଟଣା ପ୍ରଘଟ ହେବାରୁ ଧରାପଡିବା ଭୟରେ ଆଣି ଫେରାଇଥିବା ପୁଲିସ ସନ୍ଦେହ କରୁଛି। ଏହି କାରବାରରେ ମେଡିକାଲ କର୍ମଚାରୀଙ୍କ ସମ୍ପୃକ୍ତି ରହିଥିବା ମଧ୍ୟ ପୁଲିସ ସନ୍ଦେହ କରୁଛି।
ସୂଚନା ମୁତାବକ, ପୁରୀ ଜିଲା ଚନ୍ଦନପୁର ବାଲିସାହି ଅଞ୍ଚଳର ତୋଫାନ କୁମାର ଜେନାଙ୍କ ପତ୍ନୀ ତିଳୋତ୍ତମା ଗୁରୁବାର ସକାଳେ ଏସସିବି ମେଡ଼ିକାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ। ସେହିଦିନ ରାତିରେ ତିଳୋତ୍ତମା ଦୁଇ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ସୋମବାର ସକାଳେ ଦୁଇ ଯାଆଁଳା ଶିଶୁଙ୍କ ମଧ୍ୟରୁ ଜଣକୁ ଜଣ୍ଡିସ୍‌ ହୋଇଥିବା ଡାକ୍ତର କହିଥିଲେ। ଦିନ ୩ଟାରେ ଉକ୍ତ ନବଜାତକକୁ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଥିଲା। ତୋଫାନଙ୍କ ଭଉଣୀ ଅନିତା ସନ୍ଧ୍ୟାରେ ଯାଇ ଦେଖିବା ବେଳକୁ ଶିଶୁ କନ୍ୟାକୁ ପାଇନଥିଲେ। ଏ ସଂକ୍ରାନ୍ତରେ ତୋଫାନ ପ୍ରଥମେ ମେଡିକାଲ ଫାଣ୍ଡି ଓ ପରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଯାଞ୍ଚ କରିବା ପରେ ଶିଶୁ ନଥିବା ଘଟଣା ପ୍ରଘଟ ହୋଇଥିଲା। ପ୍ରତାପନଗରୀ ଅଞ୍ଚଳର ଏକ ଦମ୍ପତି ଶିଶୁ କନ୍ୟାକୁ ଧରି ମେଡ଼ିକାଲ ଫାଣ୍ଡିରେ ପହଞ୍ଚି ଥିଲେ। ସେ ଭୁଲ୍‌ରେ ନିଜ ଶିଶୁପୁତ୍ର ବଦଳରେ ଶିଶୁକନ୍ୟାକୁ ନେଇ ଯାଇଥିବା କହିଥିଲେ। ତୋଫାନ ଶିଶୁକନ୍ୟାକୁ ଫେରି ପାଇଥିଲେ। ମହିଳାଙ୍କ ଦାବି ମୁତାବକ ତାଙ୍କ ଶିଶୁ ପୁତ୍ରକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହି ଘଟଣାର ତଦନ୍ତ ଜାରି ରହିଛି। ସମ୍ପୃକ୍ତ ମହିଳା ଶିଶୁପୁତ୍ର ଜନ୍ମ ଦେଇଥିବା ଦାବି ନେଇ କୌଣସି ପ୍ରମାଣ ମିଳି ନଥିବା, ଏପରିକି ତାଙ୍କ ପାଖେ ଡିସ୍‌ଚାର୍ଜ ପେପର ନଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ସମ୍ପୃକ୍ତ ମହିଳାଙ୍କୁ ଅଟକ ରଖାଯାଇ ପଚରା ଉଚରା ଜାରି ରହିଥିବା ମଙ୍ଗଳାବାଗ ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା କହିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories