www.samajalive.in
Monday, December 15, 2025
17.1 C
Bhubaneswar

୪ ପାକ୍‌ ସୈନ୍ୟ ନିହତ, ଭାରତର ୪ ଆହତ

ଶ୍ରୀନଗର : ପାକିସ୍ତାନ ସେନା ଜାମ୍ମୁ କାଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ପ୍ରବଳ ଗୁଳିଗୋଳା ବର୍ଷଣ କରୁଛି । ଏହାର ଭାରତୀୟ ସେନା ମୁହଁତୋଡ଼ ଜବାବ ଦେଉଛି । ଏକ୍ରମରେ ଗତ ୪୮ ଘଣ୍ଟା ଧରି ଜାମ୍ମୁ କାଶ୍ମୀର ରାଜୌରୀ ସେକ୍ଟରର ନିୟନ୍ତ୍ରଣ ରେଖା ନିକଟରେ ଉଭୟ ପକ୍ଷର ସେନା ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଭାରତୀୟ ସେନା ଯବାନଙ୍କ ଗୁଳିରେ ପାକିସ୍ତାନର ୪ ସୈନ୍ୟ ନିହତ ହୋଇଥିବା ଜାଣିବାକୁ ମିଳିଛି । ପାକିସ୍ତାନ ସେନା ଭାରତୀୟ ସେନା ଶିବିରକୁ ଲକ୍ଷ୍ୟ କରି ଗୁଳି ଗୋଳା ବର୍ଷଣ କରୁଛି । ପାକିସ୍ତାନ ସେନା ପକ୍ଷରୁ ୧୨୦ ଏମ୍‌ଏମ୍‌ ଏବଂ ୮୨ ଏମ୍‌ଏମ ମୋର୍ଟାର ମାଡ଼ କରାଯାଇଛି । ସେହିପରି ପାକିସ୍ତାନ ସେନା ଗୁଳିରେ ଭାରତୀୟ ସେନାର ୨ ଯବାନ ଓ ୨ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଆହତ ସୈନ୍ୟ ଓ ସାଧାରଣ ନାଗରିକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ସେମାନଙ୍କ ସ୍ୱାସ୍ଥ୍ୟଅବସ୍ଥା ସ୍ଥିର ଥିବା ଜାଣିବାକୁ ମିଳିଛି । ଗୁଳି ବିନିମୟରେ ସୀମାନ୍ତ ଗ୍ରାମଗୁଡ଼ିକରେ ପ୍ରବଳ ମାତ୍ରାରେ କ୍ଷତି ଘଟିଛି । ଫଳରେ ସୀମାନ୍ତ ସ୍କୁଲ, କଲେଜକୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ସେନାର କେତେକ ଶିବିରକୁ ନଷ୍ଟ କରିଦିଆଯାଇଛି । ସୀମାରେ ଯବାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories