www.samajalive.in
Sunday, December 14, 2025
19.1 C
Bhubaneswar

ସ୍ତ୍ରୀ ହତ୍ୟାକାରୀ ଗିରଫ, ହତ୍ୟା ପରେ ନାଳରେ ପୋତିଥିଲା ମୃତଦେହ

ଭବାନୀପାଟଣା : କଳାହାଣ୍ଡି ଜିଲା ଭବାନୀପାଟଣା ସହର ନକଟିଗୁଡାସ୍ଥିତ କୁମ୍ଭାରପଡାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ତାର ସ୍ତ୍ରୀକୁ ହତ୍ୟା କରି ନାଳରେ ପୋତି ଦେଇଥିଲା। ପୁଲିସ ଆଜି ମହିଳାଙ୍କ ମୃତଦେହ ମାଟିତଳୁ ଉଦ୍ଧାର କରିବା ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଯୁବକ ଜଣକ ହେଲେ ଘରୋଇ ଟାକ୍ସି ଚାଳକ କାଳିଆ ବିଶି (୨୪)। ମୃତକଙ୍କ ନାମ ପୂଜା ବିଶି (୨୧)। ପୁଲିସ ସୂଚନା ମୁତାବକ, ଗତ ୨ ତାରିଖ ଦିନ ଅପରାହ୍ନରେ କାଳିଆ ଘରକୁ ମଦପିଇ ଆସିଥିଲା। ପୂଜା ବିରୋଧ କରିବାରୁ କାଳିଆ ତାଙ୍କୁ ହତ୍ୟା କରିଥିଲା। ପରେ ନିକଟ ନାଳରେ ସ୍ତ୍ରୀ ମୃତଦେହ ପୋତି ଦେଇଥିଲା। ଏ ସଂକ୍ରାନ୍ତରେ ସମ୍ପର୍କୀୟ ଭବାନୀପାଟଣା ଟାଉନ ଥାନା ପୁଲିସକୁ ଜଣାଇଥିଲେ। ପୁଲିସ ପହଞ୍ଚି କାଳିଆକୁ ପଚରାଉଚରା କରିବାରୁ ସେ ହତ୍ୟାକାଣ୍ଡ ନେଇ ସ୍ବୀକାର କରିଥିଲା। ଆଜି ଅପରାହ୍ନରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳି ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଶବକୁ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଏ ସମ୍ପର୍କରେ ଟାଉନ ଥାନା କେସ୍ ନଂ୫୮/୨୦୧୮ ରୁଜୁ ହୋଇଛି। ପୁଲିସ ଅଧିକ ଅନୁସନ୍ଧାନ ଚଳାଇଛି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories