www.samajalive.in
Saturday, December 6, 2025
16.1 C
Bhubaneswar

ବାଧାପ୍ରାପ୍ତ ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ

ସମାଜ ଡିଜିଟାଲ ଡେସ୍କ: ଚଳିତ ଟି-୨୦ ବିଶ୍ୱକପରେ ଆସନ୍ତା ରବିବାର ଭାରତ ଏହାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ମାତ୍ର ଏହି ମ୍ୟାଚକୁ ନେଇ ଏବେ ସନ୍ଦେହ ପ୍ରକାଶ ପାଇଛି। ମ୍ୟାଚଟି ବାଧାପ୍ରାପ୍ତ ହେବା ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି। ଏହାର କାରଣ ହେଉଛି ବର୍ଷା। ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇଭୋଲଟେଜ ମ୍ୟାଚକୁ ଦୁଇ ଦେଶର କ୍ରୀଡ଼ାପ୍ରେମୀ ଉତ୍କଣ୍ଠାର ସହିତ ଚାହିଁ ରହିଛନ୍ତି। କିନ୍ତୁ ରବିବାର ଦିନ ନ୍ୟୁୟର୍କରେ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି ବୋଲି ସେଠାକାର ପାଣିପାଗ ବିଶେଷଜ୍ଞମାନେ ରିପୋର୍ଟ ଦେଇଛନ୍ତି।

ଆସନ୍ତା ରବିବାର ଦିନ ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଛି। ଏଥିପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରସ୍ତୁତ ହୋଇ ରହିଛି। ଅନ୍ୟପଟେ ବାବର ଆଜମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଟିମ୍‌‌ ଆମେରିକାଠାରୁ ହାରିବା ପରେ ଚିନ୍ତାରେ ପଡ଼ିଯାଇଛି। ବିଶ୍ୱକପରେ ଭାରତ ବିପକ୍ଷରେ ପାକିସ୍ତାନର ସ୍ଥିତି ପୂର୍ବରୁ ଖରାପ ରହିଛି। ଏମିତିରେ ଆମେରିକାଠାରୁ ହାରିବା ପରେ ପାକିସ୍ତାନକୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ତେଣୁ ରବିବାର ମ୍ୟାଚରେ ଭାରତଠାରୁ ପାକିସ୍ତାନ ପରାଜିତ ହେଲେ ବାବରଙ୍କ ସମସ୍ୟା ଆହୁରି ବଢ଼଼ିଯିବ।

- Advertisement -

ସ୍ଥାନୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ରବିବାର ରାତି ସାଢ଼େ ୮ଟା(ଭାରତୀୟ ସମୟ)ରେ ନ୍ୟୁୟର୍କରେ ବର୍ଷା ହେବାର ବହୁ ସମ୍ଭାବନା ରହିଛି। ଖେଳ ଆରମ୍ଭ ହେବାର ଅଧ ଘଷ୍ଟା ପରେ ବର୍ଷା ହେବ ବୋଲି ଆକଳନ କରାଯାଉଛି। ଆମେରିକାରେ ଦିନ ସମୟରେ କ୍ରିକେଟ ମ୍ୟାଚ ହେଉଥିବାରୁ ବର୍ଷା ହେଲେ ମ୍ୟାଚ ବିଳମ୍ବିତ ହୋଇପାରେ। କିନ୍ତୁ ଅପରାହ୍ନ ପର୍ଯ୍ୟନ୍ତ ଖେଳାଳିମାନେ ମ୍ୟାଚ ପାଇଁ ଅପେକ୍ଷା କରିବା ସମ୍ଭବ ନୁହେଁ ବୋଲି କୁହାଯାଉଛି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories