www.samajalive.in
Saturday, December 6, 2025
16.1 C
Bhubaneswar

ବେନିନ୍‍ର ଅଭିବୃଦ୍ଧି ଓ ବିକାଶ ପାଇଁ ଭାରତ ବଦ୍ଧ ପରିକର – କୋବିନ୍ଦ

ଭାରତର ଜିଡିପି ଏବେ ୨.୬ ଟ୍ରିଲିୟନ୍‍ ଡଲାରରେ ପହଞ୍ଚିଛି ଏବଂ ଏହା ବିଶ୍ୱର ଏକ ପ୍ରମୁଖ ଅଭିବୃଦ୍ଧିଶାଳୀ ରାଷ୍ଟ୍ରର ମର୍ଯ୍ୟାଦା ଲାଭ କରିଛି। ଆଫ୍ରିକୀୟ ରାଷ୍ଟ୍ର ବେନିନ୍‍ର ରାଜଧାନୀ ପୋଟୋନୋଭୋଠାରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସେଠାକାର ଜାତୀୟ ଆସେମ୍ଲିରେ ଉଦବୋଧନ ଦେବା ଅବସରରେ ରାଷ୍ଟ୍ରପତି କହିଛନ୍ତି, ଆସନ୍ତା ୭ବର୍ଷ ମଧ୍ୟରେ ଭାରତର ଜିଡିପି ଦ୍ୱିଗୁଣିତ ହେବ। ଭାରତ ସରକାର ସବ୍‍ କା ସାଥ୍‍ ସବ୍‍ କା ବିକାଶ ଓ ସବ୍‍ କା ବିଶ୍ୱାସ ନୀତି ଅବଲମ୍ବନ କରିଛନ୍ତି, ଯାହା ମିଳିତ ଉଦ୍ୟମ, ସମାବେଶୀ ଅଭିବୃଦ୍ଧି ଓ ସମସ୍ତଙ୍କ ବିଶ୍ୱାସର ବାର୍ତ୍ତା ବହନ କରେ। ଏହି ନୀତିରେ ସରକାର ଏକ ଦୃଢ଼, ସମୃଦ୍ଧ ଓ ସମସ୍ତଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ଭାରତ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି। ଭାରତ ସରକାରଙ୍କ ଏଇ ମନ୍ତ୍ର କେବଳ ଆଭ୍ୟନ୍ତରୀଣ କାର୍ଯ୍ୟସୂଚୀ ପାଇଁ ଉଦ୍ଦିଷ୍ଟ ନୁହେଁ, ଏହା ମଧ୍ୟ ଦେଶର ବୈଦେଶିକ ନୀତିରେ ପ୍ରତିଫଳିତ।

ବେନିନ୍‍ର ଅଭିବୃଦ୍ଧି ଓ ବିକାଶ ପାଇଁ ଭାରତ ବଦ୍ଧ ପରିକର ଏବଂ ସେ ଦେଶର ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ଉନ୍ନତି ପାଇଁ ଭାରତ ସରକାର ଯୋଗାଇଥିବା ୪୨.୬ ନିୟୁତ ଡଲାର ଋଣ ନେଇ ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାଫଳରେ ବେନିନ୍‍ର ୧୦୩ଟି ଗ୍ରାମକୁ ଯୋଗାଇ ଦିଆଯାଉଥିବା ପାଇପ୍‍ ଜଳ ଯୋଗାଣ ବ୍ୟବସ୍ଥାରେ ଉନ୍ନତି ହେବ। ଏହାଛଡ଼ା ବେନିନ୍‍ର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଭାରତ ଆଉ ୧୦୦ ନିୟୁତ ଡଲାର ଯୋଗାଇଦେବ ବୋଲି ରାଷ୍ଟ୍ରପତି ଘୋଷଣା କରିଛନ୍ତି। ଦୁଇଦେଶ ମଧ୍ୟରେ ବ୍ୟାପାର ବାଣିଜ୍ୟ ସଂପର୍କ ଅଧିକ ନିବିଡ଼ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି।

- Advertisement -

ବେନିନ୍‍ର ରାଷ୍ଟ୍ରପତି ଭାରତର ଦୃଷ୍ଟିକୋଣକୁ ସ୍ୱାଗତ କରିବା ସହ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଭ୍ୟ ପଦ ପାଇଁ ନୂଆଦିଲ୍ଲୀ ଯେଉଁ ଉଦ୍ୟମ କରୁଛି, ତାହାକୁ ସମର୍ଥନ ଜଣାଇଛନ୍ତି। ମଙ୍ଗଳବାର ରାଷ୍ଟ୍ରପତି କୋବିନ୍ଦଙ୍କ ସମ୍ମାନାର୍ଥେ ବେନିନ୍‍ରେ ଥିବା ଭାରତୀୟ ବଂଶୋଦ୍ଭବମାନେ କଟନୋଉଠାରେ ଏକ ସ୍ୱାଗତ ଉତ୍ସବ ଆୟୋଜନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଗାମ୍ବିଆର ରାଜଧାନୀ ବଞ୍ଜୁଲ୍‍ ଅଭିମୁଖେ ଯାତ୍ରା କରିବେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories