www.samajalive.in
Saturday, December 6, 2025
16.1 C
Bhubaneswar

ନିଦକୁ ପ୍ରଭାବିତ କରେ ତକିଆ, ଜାଣନ୍ତୁ କେବେ କରିବେ ପରିବର୍ତ୍ତନ

ରାତିରେ ନିଦ ନହେବା, ବାରମ୍ବାର ନିଦ ଭାଙ୍ଗିବା, ସକାଳୁ ଉଠିବା ପରେ ସତେଜ ଅନୁଭବ ନହେବା, ମୁଣ୍ଡ, ବେକ ଓ କାନ୍ଧରେ କଷ୍ଟ ଅନୁଭବ ହେବା ଭଳି ସମସ୍ୟା କିଛି ଲୋକଙ୍କ ନିକଟରେ ଦେଖିବାକୁ ମିଳେ । ଯଦି ଏଭଳି ସମସ୍ୟା ଆପଣଙ୍କ ନିକଟରେ ଦେଖିବାକୁ ମିଳୁଛି, ତେବେ ପ୍ରଥମେ ତକିଆ ଯାଞ୍ଚ କରି ନିଅନ୍ତୁ।

ତକିଆ ନିର୍ମାତା କମ୍ପାନୀଙ୍କ ସର୍ଭେ ରିପୋର୍ଟ ଅନୁଯାୟୀ, ଖରାପ ତକିଆ ନିଦ ନ ହେବାର ମୁଖ୍ୟ କାରଣ। ହେଲେ ୮୨ ପ୍ରତିଶତ ଲୋକଙ୍କୁ ଏବିଷୟରେ ଜଣାନଥାଏ। କେଉଁ ସମୟରେ ତକିଆ ବଦଳାଇବା ଉଚିତ୍ ଏହା ଜାଣିବା ନିହାତି ଆବଶ୍ୟକ।

- Advertisement -

ଯଦି ତକିଆରେ ଗଣ୍ଠି ହୋଇଛି, ଗୋଟିଏ ପଟ ଉଚ୍ଚା ଓ ଅନ୍ୟ ପଟ ନୀଚ୍ଚା ହୋଇ ରହୁଛି ତେବେ ତକିଆ ବଦଳାଇବା ନିହାତି ଆବଶ୍ୟକ। ପତଳା ଏବଂ ନରମ ତକିଆ ବ୍ୟବହାର କରିବା ଉଚିତ୍ ।

ତକିଆ କିଣିବା ପୂର୍ବରୁ କିଛି ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ଯେପରି ଶୋଇବାର ମୁଦ୍ରା, ବେକ ଓ ମୁଣ୍ଡ ପାଇଁ ଆବଶ୍ୟକୀୟ ସାହାରା, ତକିଆ ମଧ୍ୟରେ ଥିବା ସାମଗ୍ରୀ ଏହି ୩ଟି ବିଷୟ ଉପରେ ଧ୍ୟାନ ଦେବା ଉଚିତ୍ ।

୨୪ରୁ ୩୬ ମାସ ମଧ୍ୟରେ ତକିଆ ପରିବର୍ତ୍ତନ କରିବା ଉଚିତ୍ । ବିଶେଷଜ୍ଞ ମତରେ ୪ରୁ ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ତକିଆ ମୁଣ୍ଡ, ବେକ ଓ କାନ୍ଧ ପାଇଁ ଉତ୍ତମ ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories