www.samajalive.in
Saturday, December 6, 2025
14.1 C
Bhubaneswar

୫ମାସ ହେଲା ମଣ୍ଡିକୁ ଧାନ ଦେଇ ଚାଷୀ ପାଉନି ଟଙ୍କା, ରାଜରାସ୍ତାକୁ ଓହ୍ଲାଇଲେ ଶହଶହ ଚାଷୀ

ଆରଡି: ମଣ୍ଡିକୁ ଧାନ ଦେବାର ୫ମାସ ହୋଇ ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚାଷୀ ଟଙ୍କା ପାଇନାହିଁ। ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏହାକୁ କେନ୍ଦ୍ର କରି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଞ୍ଚାୟତର ଶହଶହ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ମଙ୍ଗଳବାର ଶହଶହ ଚାଷୀ ରାଜରାସ୍ତାକୁ ଓହ୍ଲାଇବା ସହ ସୁନ୍ଦରପୁର ଛକରେ ଆଖଣ୍ଡଳମଣି-ଭଦ୍ରକ ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଛୋଟ ବଡ ଗାଡି ଅଟକି ରହିଥିଲା।  ଏପରି ଘଟଣାର ଖବର ପାଇ ଘଟଣାସ୍ଥଳରେ ଆରଡି ପୁଲିସ ପହଁଚିବା ସହ ଆନ୍ଦୋଳନକାରୀ ଚାଷୀମାନଙ୍କୁ ବୁଝାସୁଜା କରିବା ପରେ ଆନ୍ଦୋଳନ ହଟିଥିଲା।

ସୂଚନାଯୋଗ୍ୟ, ଗତ ଫେବୃଆରୀରେ ସୁନ୍ଦରପୁର ପଞ୍ଚାୟତର ଶହଶହ ଚାଷୀ ସମବାୟ ମଣ୍ଡିକୁ ଧାନ ବିକିଥିଲେ । ହେଲେ ସବାୟରୁ ମାସେକି ଦୁଇ ମାସ ନୁହେଁ ଦୀର୍ଘ ୫ମାସ ଧରି ଧାନ ବିକ୍ରି ଟଙ୍କା ନମିଳିବାରୁ ବହୁ ଚାଷୀ ନିରାଶ ହୋଇଛନ୍ତି । ଏପରିକି ଚାଷପାଇଁ ବିଭିନ୍ନ ବ୍ୟାଙ୍କରୁ ଆଣିଥିବା ଋଣ କିପରି ପରିଶୋଧ କରିବେ ତାହା ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି ବୋଲି ଜିଲା କୃଷକ ସେଲର ପରାମର୍ଶଦାତା ଗୋବିନ୍ଦ ପାକଳ ପ୍ରକାଶ କରିଛନ୍ତି। ଏପରି ସମସ୍ୟାକୁ ନେଇ ଦୀର୍ଘ ୧ମାସ ହେବ ବିଭାଗୀୁ ସଚିବଙ୍କ ଠାରୁ ଆରମ୍ଭ କରି ଜିଲାପାଳ,  ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଚାଷୀମାନେ ପ୍ରକାଶ କରିଛନ୍ତି।  ସବୁଆଡୁ ନିରାଶ ହେବା ପରେ ମଙ୍ଗଳବାର ଶହଶହ ଚାଷୀ ସୁନ୍ଦରପୁ ଠାରେ ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟ ରାଜ ପଥକୁ ଅବରୋଧ କରିଥିଲେ। ଯାହାଦ୍ୱାରା ଭଦ୍ରକ-ଆଖଣ୍ଡଳମଣିକୁ ଯାତାୟତ ଠପ ହୋଇଯାଇଥିବାରୁ ଆଖଣ୍ଡଳମଣିଙ୍କ ପୀଠକୁ ଆସୁଥିବା ପର୍ଯ୍ୟଟକଙ୍କ ସହ ବିଭିନ୍ନ ଆଡକୁ ଯାଉଥିବା ଯାତ୍ରୀମାନେ ନାନା ଅସୁବିଧାରେ ସମୁଖିନ୍ନ ହୋଇଥିଲେ।

- Advertisement -

ଏପରି ସମସ୍ୟା ବାବଦରେ ଜିଲା ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ଜିଲାର ଯେଉଁ ଚାଷୀମାନେ ଫେବୃଆରୀମାସ ମଣ୍ଡିରେ ଧାନ ଦେଇଥିଲେ ଗତ ଏପ୍ରିଲ ମାସ ଅନଲାଇନ ଦ୍ୱାରା ତାଙ୍କର ପ୍ରାପ୍ୟ ପ୍ରଦାନ କରାଯାଇଛି। ହେଲେ ସୁନ୍ଦରପୁର ସମବାୟ ସଂସ୍ଥାକୁ ବିକ୍ରି କରିଥିବା ଚାଷୀମାନେ ଯେଉଁ ପ୍ରାପ୍ୟ ପାଇ ପାରୁନାହାନ୍ତି ଉକ୍ତ ସମବାୟ କେନ୍ଦ୍ରର ସଂମ୍ପାଦକ ଅନ୍ୟ ଅଧିକାରୀ ଦାୟୀ ବୋଲି ସିଧାସଳଖ ଭାବେ ପ୍ରକାଶ କରିଥିଲେ। ଖାଦ୍ୟ ଯୋଗାଣ ଅଧିକାରୀଙ୍କ ମନ୍ତବ୍ୟକୁ ସମବାୟ ସଂସ୍ଥାର ସମ୍ପାଦକ ଖଣ୍ଡନ କରିବା ସହ ଏପରି ଧାନ କ୍ରୟ ଓ ଚାଷୀମାନଙ୍କୁ ତୁରନ୍ତ କିପରି ଟଙ୍କା ପ୍ରଦାନ କରାଯିବ ସେଥିପାଇଁ  ଜିଲା ଖାଦ୍ୟ ଯୋଗାଣ କାର୍ଯ୍ୟାଳକୁ ଯାଇଥିଲେ ମଧ୍ୟ ଦିନ ଗଡାଇ ମଣ୍ଡିରୁ ଧାନ ଉଠାଇ ନଥିଲେ ଅଧିକାରୀ। ଯାହାଫଳରେ ମାସମାସ ଧରି ମଣ୍ଡିରେ ଧାନ ପଡି ରହିଥିବା ବେଳେ ଚାଷୀମାନେ ତାଙ୍କର ପ୍ରାପ୍ୟ ପାଇ ପାରୁନାହାନ୍ତି ବୋଲି ସମ୍ପାଦକ ପ୍ରକାଶ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories