ଦେଶରେ ୨୪ ଘଂଟାରେ ୨ ଲକ୍ଷ ୮୨ ହଜାର ୯୭୦ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୮୨ ହଜାର ୯୭୦ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୭୯ ଲକ୍ଷ ୧ ହଜାର ୨୪୧କୁ ବୃଦ୍ଧି ପାଇଛି। ସେହି ସମୟ ମଧ୍ୟରେ ୧ ଲକ୍ଷ ୮୮ ହଜାର ୧୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩ କୋଟି ୫୫ ଲକ୍ଷ ୮୩ ହଜାର ୩୯କୁ ବୃଦ୍ଧି ପାଇଛି। ଏବେ ଆରୋଗ୍ୟ ହାର ୯୩.୮୮% ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ୪୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସୁଦ୍ଧା ସାରା ଦେଶରେ କରୋନା ଯୋଗୁ ୪ ଲକ୍ଷ ୮୭ ହଜାର ୨୦୨ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ୧୮ ଲକ୍ଷ ୩୧ ହଜାର କୋଭିଡ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ଜଣାପଡିଛି।
Comments are closed.