www.samajalive.in
Saturday, December 6, 2025
16.1 C
Bhubaneswar

ବୋଲ ମାନୁନି କରୋନା, ଆଜି ରାଜ୍ୟରେ ୧୧ ହଜାର ୬୦୭ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଆଜି ୩୦ଟି ଜିଲ୍ଲାରୁ ୧୧ ହଜାର ୬୦୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୬୭ ହଜାର ୯୪କୁ ବୃଦ୍ଧି ପାଇଛି। ସଙ୍ଗରୋଧରୁ ୬୭୨୮, ସ୍ଥାନୀୟ ଅଂଚଳରୁ ୪୮୭୯ ଓ ୧୮ ବର୍ଷ ବୟସ ମଧ୍ୟରେ ୯୯୧ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୩୪୭ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୨୧୯, କଟକରୁ ୮୯୮, ସମ୍ବଲପୁରରୁ ୩୯୦ ଓ ବାଲେଶ୍ୱରରୁ ୩୦୫ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଯାଜପୁରରୁ ୨୩୧, ବଲାଙ୍ଗୀର ଓ ରାୟଗଡାରୁ ୨୨୯ ଲେଖାଏଁ, ଝାରସୁଗୁଡ଼ାରୁ ୨୧୯, ନୟାଗଡ଼ରୁ ୨୦୬, ଅନୁଗୁଳରୁ ୧୮୫, ମୟୁରଭଞ୍ଜରୁ ୧୭୪, କୋରାପୁଟରୁ ୧୬୮, ନୂଆପଡ଼ାରୁ ୧୬୬, ପୁରୀରୁ ୧୫୭, ଭଦ୍ରକରୁ ୧୫୩, ନବରଙ୍ଗପୁରରୁ ୧୪୯, ବରଗଡ଼ରୁ ୧୪୫, ଜଗତସିଂହପୁରରୁ ୧୩୪, କେନ୍ଦୁଝରରୁ ୧୨୧, କେନ୍ଦ୍ରାପଡ଼ାରୁ ୧୧୯, ସୋନପୁରରୁ ୧୧୪, କଳାହାଣ୍ଡିରୁ ୧୦୩, ଗଂଜାମରୁ ୯୩, ଗଜପତିରୁ ୮୭, ମାଲକାନଗିରିରୁ ୮୫, କନ୍ଧମାଳରୁ ୮୦, ବୌଧରୁ ୭୮, ଦେଓଗଡ଼ରୁ ୭୫, ଢେଙ୍କାନାଳରୁ ୭୧ ଏବଂ ଷ୍ଟେଟପୁଲରୁ ୮୭୭ ଅଛନ୍ତି। ଗତକାଲି ୭୭୪୫ ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହେବା ପରେ ମୋଟ ଆରୋଗ୍ୟ ସଂଖ୍ୟା ୧୦ ଲକ୍ଷ ୭୩ ହଜାର ୭୭୭କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ୮୪ ହଜାର ୭୭୦ ଜଣ ଆକ୍ରାନ୍ତ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories