ଡେସ୍କ: ଜାତିସଙ୍ଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଯେ ବିକାଶଶୀଳ ଦେଶଗୁଡିକର ଚିନ୍ତା ଏବଂ ଆକାଂକ୍ଷା ପାଇଁ ଭାରତ ସର୍ବଦା ଉଦାହରଣ ହୋଇ ରହିଆସିଛି। ଆଇଆଇଟି ବମ୍ବେରେ ‘ଭାରତ-ଜାତିସଂଘ ସହଭାଗିତା’ ଶୀର୍ଷକ ବିଷୟ ଉପରେ ଶ୍ରୀ ଗୁଟେରସ୍ କହିଛନ୍ତି ଯେ ଭାରତର ବିକାଶ ଯାତ୍ରାରେ ବିଶ୍ୱର ସର୍ବ ବୃହତ ଖାଦ୍ୟ ଭିତ୍ତିକ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ। ସେ ସୂଚନା ଦେଇଛନ୍ତି ଯେ ଜାତିସଂଘ ମିଶନରେ ଭାରତର ସାମରିକ ଏବଂ ପୁଲିସ୍ ସହାୟତା ସବୁଠାରୁ ଅଧିକ ଯେଉଁଥିରେ ପ୍ରଥମ ମହିଳା ପୁଲିସ୍ ଶାନ୍ତି ରକ୍ଷା ମିଶନ ଅନ୍ତର୍ଭୁକ୍ତ। ସେ କହିଛନ୍ତି, ୧୯୪୮ ପରଠାରୁ ଦୁଇ ଶହ ହଜାରରୁ ଅଧିକ ଭାରତୀୟ ପୁରୁଷ ଓ ମହିଳା ୪୯ଟି ଶାନ୍ତି ରକ୍ଷା ମିଶନରେ କାର୍ଯ୍ୟ କରିଛି।
ଜଳବାୟୁ ପରିବର୍ତ୍ତନ, କୋଭିଡ -୧୯ ଏବଂ ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଲୋକଙ୍କ ଉପରେ ପଡୁଥିବା ପ୍ରଭାବକୁ ନେଇ ଶ୍ରୀ ଗୁଟେରସ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, ବିବାଦ ଯୋଗୁ ସମଗ୍ର ବିଶ୍ୱରେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର ହେବାକୁ ପଡିଛି।



