ସର୍ବୋଚ୍ଚ ସ୍ତରରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର
ଡେସ୍କ: ଚଳିତ ମାସ ୫ ତାରିଖରେ ଶେଷ ହୋଇଥିବା ସପ୍ତାହ ଶେଷ ସୁଦ୍ଧା ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ରହିଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ପ୍ରକାଶିତ ତଥ୍ୟ ଅନୁଯାୟୀ ଚଳିତ ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାର ୫.୨ ବିଲିୟନ ଡଲାର ବୃଦ୍ଧି ପାଇ ୬୫୭.୧୬ ବିଲିୟନ ଡଲାରରେ ପହଞ୍ଚିଛି। ଗତ ମାସ ୭ ତାରିଖରେ ବୈଦେଶିକ ମୁଦ୍ରା ଭଣ୍ଡାର ୬୫୫.୮ ବିଲିୟନ ଡଲାରର ରେକର୍ଡ ସ୍ଥର ଛୁଇଁଥିଲା।
ଅନ୍ୟପକ୍ଷରେ ବିଦେଶୀ ମୁଦ୍ରା ସମ୍ପତ୍ତି ଭଣ୍ଡାରର ଏକ ପ୍ରମୁଖ ଉପାଦାନ ୪.୨ ବିଲିୟନ ଡଲାର ବୃଦ୍ଧି ପାଇ ୫୭୭ ବିଲିୟନ ଡଲାରରେ ପହଞ୍ଚିଛି। ଏହି ସପ୍ତାହରେ ସୁନା ଭଣ୍ଡାର ୯୦୪ ନିୟୁତ ଡଲାର ବୃଦ୍ଧି ପାଇଥିବା ବେଳେ ସ୍ପେଶାଲ ଡ୍ରଇଂ ରାଇଟ୍ସ ୨୧ ନିୟୁତ ଡଲାର ବୃଦ୍ଧି ପାଇଛି ବୋଲି ସର୍ବୋଚ୍ଚ ବ୍ୟାଙ୍କ ତଥ୍ୟରୁ ଜଣାପଡ଼ିଛି।
ମନୁସ୍ମୃତିକୁ ଆଇନ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରତ୍ୟାଖ୍ୟାନ
Comments are closed.