ଡେସ୍କ: ମନୁସ୍ମୃତିକୁ ଆଇନ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଆଜି ପ୍ରତ୍ୟାଖ୍ୟାନ କରିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ପଷ୍ଟ କରିଛନ୍ତି ଯେ ବିଶ୍ୱବିଦ୍ୟାଳୟର ଏକାଡେମିକ କାଉନସିଲରେ ଏଭଳି କୌଣସି ପ୍ରସ୍ତାବକୁ ଅନୁମୋଦନ କରାଯାଇନାହିଁ। ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି ବୋଲି ଦିଲ୍ଲୀ ବିଶ୍ୱବିଦ୍ୟାଳୟ କୁଳପତି ଯୋଗେଶ ସିଂହ ତାଙ୍କୁ ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବିଧାନର ମୂଲ୍ୟବୋଧ ବଜାୟ ରଖିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏଥିରେ କୌଣସି ଶାସ୍ତ୍ରର କୌଣସି ବିବାଦୀୟ ଅଂଶକୁ ସାମିଲ କରିବାର ପ୍ରଶ୍ନ ଉଠୁନାହିଁ।
ବିଶ୍ୱବିଦ୍ୟାଳୟ କୁଳପତି ଯୋଗେଶ ସିଂ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଗତକାଲି ଏହି ପ୍ରସ୍ତାବ ବିଷୟରେ ଜାଣିବାକୁ ପାଇଥିଲେ। ପ୍ରସ୍ତାବରେ ଏଲଏଲବିର ପାଠ୍ୟକ୍ରମରେ ‘ମନୁସ୍ମୃତି’ ଉପରେ ଗୋଟିଏ ଧାଡ଼ି ଏବଂ ଦୁଇଟି ଅଧ୍ୟାୟ ପ୍ରଚଳନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ବିଶ୍ୱବିଦ୍ୟାଳୟ ଏକାଡେମିକ୍ କାଉନସିଲ, ଦିଆଯାଇଥିବା ପ୍ରସ୍ତାବକୁ ଅନ୍ୟାୟ ବୋଲି କହି ପ୍ରତ୍ୟାଖ୍ୟାନ କରିଛି।



