www.samajalive.in
Sunday, December 14, 2025
19.1 C
Bhubaneswar

୧୯ ବର୍ଷରୁ କମ୍ ଏସିଆ କପ୍‌ କ୍ରିକେଟ୍‌, ଶେଷ ବଲ୍‌ରେ ହାରିଲା ଭାରତ

ଦୁବାଇ: ଦୁବାଇରେ ଚାଲିଥିବା ୧୯ ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ୨ୟ ମ୍ୟାଚ୍‌ରେ ପ୍ରଥମ ପରାଜୟ ଭୋଗିଛି ଭାରତ। ଶନିବାର ଖେଳା ଯାଇଥିବା ଗ୍ରୁପ୍‌ ‘ଏର ମ୍ୟାଚ୍‌ରେ ଶେଷ ବଲ୍‌ରେ ଭାରତକୁ ୨ ୱିକେଟରେ ପାକିସ୍ତାନ ପରାସ୍ତ କରିଛି। ଆରାଧ୍ୟ ଯାଦବଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଭାରତ ୪୯ ଓଭରରେ ୨୩୭ ରନ୍‌କରି ଅଲ୍ଆଉଟ ହୋଇଥିଲା। ପରେ ମହମ୍ମଦ ସେହ୍‌ଜାଦଙ୍କ ୮୨ ରନ୍‌ ବଳରେ ଶେଷ ବଲ୍‌ରେ ୮ ୱିକେଟ ହରାଇ ପାକିସ୍ତାନ ଜିତିଥିଲା। ୨ଟିଯାକ ମ୍ୟାଚ୍‌ ଜିତି ପାକିସ୍ତାନ ଗ୍ରୁପ୍‌ ଶୀର୍ଷରେ ଥିବା ବେଳେ ଭାରତ ୨ଟିରୁ ଗୋଟିଏ ମ୍ୟାଚ୍‌ ଜିତି ୨ୟ ସ୍ଥାନରେ ରହିଛି। ସୋମବାର ଆଫ୍‌ଗାନିସ୍ତାନ ବିପକ୍ଷରେ ଭାରତ ଅନ୍ତିମ ଲିଗ୍‌ ମ୍ୟାଚ୍‌ ଖେଳିବ।

ଟସ୍ ଜିତି ପାକିସ୍ତାନ ଫିଲ୍‌ଡିଂ ନେଇଥିଲା। ୪୧ ରନ୍‌ରେ ଭାରତର ୪ଟି ୱିକେଟ ପଡ଼ିଥିଲା। ତେବେ ହର୍‌ନୁର ସିଂହ କ୍ରମାଗତ ୨ୟ ମ୍ୟାଚ୍‌ରେ ଭଲ ବ୍ୟାଟିଂକରି ୬ଟି ଚୌକା ସହ ୪୬ ରନ୍‌ କରିଥିଲେ। ରାଜ୍‌ ବାୱା ୨୫ ରନ୍‌ କରିଥିଲେ। ପରେ ଭାରତୀୟ ତଳ ଅର୍ଡର ବ୍ୟାଟ୍‌ସମ୍ୟାନ ଭଲ ବ୍ୟାଟିଂ କରିବାରୁ ଏହା ୨୩୭ ରନ୍‌ରେ ପହଞ୍ଚି ପାରିଥିଲା। ଆରାଧ୍ୟ ଯାଦବ ଓ କୌଶଳ ତାମ୍ବେ ୭ମ ୱିକେଟ ପାଇଁ ୫୦ ରନ୍‌ ଯୋଡ଼ିଥିଲେ। ଆରାଧ୍ୟ ୩ଟି ଚୌକା ସହ ୫୦ ରନ୍‌ କରିଥିଲେ। ତାମ୍ବେ ୩୮ ବଲ୍‌ରୁ ୪ଟି ଚୌକା ସହ ୩୨ ଏବଂ ରାଜ୍‌ବର୍ଦ୍ଧନ ହାଙ୍ଗରଗେର୍‌କର ୨୦ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୩ ରନ୍‌ କରିଥିଲେ। ପାକିସ୍ତାନୀ ପେସ୍ ବୋଲର ଜିସାନ୍ ଜମିର ୫ଟି ଓ ଆୱେସ୍ ଅଲୀ ୨ଟି ୱିକେଟ ନେଇଥିଲେ। ୨୩୮ ରନ୍‌ ଲକ୍ଷ୍ୟରେ ପାକିସ୍ତାନ ପାଇଁ ମାଜ୍‌ ସଦାକତ୍ ଓ ମହମ୍ମଦ ସେହ୍‌ଜାଦ ୬୩ ରନ୍‌ ଯୋଡ଼ିଥିଲେ। ସଦାକତ୍‌ ୨୯ ରନ୍‌ କରିଥିଲେ। ସେହ୍‌ଜାଦ ୧୦୫ ବଲ୍‌ରୁ ୫ଟି ଛକା ଓ ୪ଟି ଚୌକା ସହ ୮୨ ରନ୍‌ କରିଥିଲେ। ଅଧିନାୟକ କାସିମ୍ ଆକ୍ରମ୍‌ ୨୨ ରନ୍‌ କରିଥିଲେ। ୧୫୯ ରନ୍‌ରେ ୫ଟି ୱିକେଟ ପଡ଼ିବା ପରେ ଇର୍ଫାନ୍ ଖାଁ ଓ ରିଜ୍‌ୱାନ ମେହ୍‌ମୁଦ ୪୭ ରନ୍‌ ଯୋଡ଼ିଥିଲେ। ଇର୍ଫାନ୍ ୩୩ ଓ ରିଜ୍‌ୱାନ ୨୯ ରନ୍‌ କରିଥିଲେ। ଅହମ୍ମଦ ଖାଁ ୧୯ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୯ ରନ୍‌କରି ଅପରାଜିତ ଥିଲେ। ଶେଷ ଓଭରରେ ୮ ରନ୍‌ ଆବଶ୍ୟକ ଥିବା ବେଳେ ଅହମ୍ମଦ ଖାଁ ଶେଷ ବଲ୍‌ରେ ଚୌକାମାରି ଦଳକୁ ଜିତାଇଥିଲେ। ରାଜ୍‌ ବାୱା ୪ଟି ୱିକେଟ ନେଇଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories