www.samajalive.in
Sunday, December 14, 2025
19.1 C
Bhubaneswar

ଆଜିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ

ସେଞ୍ଚୁରିଅନ୍‌: ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟେଷ୍ଟମ୍ୟାଚ୍‌ ରବିବାରଠାରୁ ଖେଳାଯିବ। ୨୯ ବର୍ଷ ତଳେ ପ୍ରଥମଥର ପାଇଁ ଟେଷ୍ଟ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରକା ଓ ଭାରତ ମୁହାଁମୁହିଁ ହୋଇଥିଲେ। ହେଲେ ଦକ୍ଷିଣ ଆଫ୍ରିକା ମାଟିରେ ଘରୋଇ ଦଳକୁ ଟେଷ୍ଟ ଶୃଙ୍ଖଳାରେ ଥରେ ମଧ୍ୟ ଭାରତ ପରାସ୍ତ କରିନାହିଁ। ଅଦ୍ୟାବଧି ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୭ଟି ଟେଷ୍ଟ ଶୃଙ୍ଖଳା ଖେଳି ୬ଟି ହାରିଛି ଏବଂ ଗୋଟିଏ ଶୃଙ୍ଖଳାକୁ ଡ୍ର ରଖିପାରିଛି। ତେଣୁ ସ୍ପଷ୍ଟ ଭାବେ କହିହେବ ଯେ ଘରୋଇମାଟି ଦକ୍ଷିଣ ଆଫ୍ରିକା ପାଇଁ ଅଭେଦ୍ୟ ଦୁର୍ଗ। ଏହି ଦୁର୍ଗ ଭେଦକରିବା ଲକ୍ଷ୍ୟରେ ବିରାଟ କୋହଲିଙ୍କ ଦଳ ପଡ଼ିଆକୁ ଓହ୍ଲାଇବ।

୨୦୨୧ରେ ଦକ୍ଷିଣ ଆଫ୍ରିକା ଅପେକ୍ଷା ଭାରତର ଟେଷ୍ଟମ୍ୟାଚ୍‌ ପ୍ରଦର୍ଶନ ବହୁତ ଭଲ ରହିଛି। କିଛି ପ୍ରତିଷ୍ଠିତ ଖେଳାଳି ଟେଷ୍ଟ କ୍ରିକେଟ୍‌ରୁ ଓହରି ଯାଇଥିବା ବେଳେ ଯୁବ ଖେଳାଳିଙ୍କୁ ନେଇ ଦକ୍ଷିଣ ଆଫ୍ରିକା ଭଲ ପ୍ରଦର୍ଶନ କରିଛି। ଏବେ ଭବିଷ୍ୟତ ପାଇଁ ଦଳ ଗଠନ ପ୍ରକ୍ରିୟାରେ ଦକ୍ଷିଣ ଆଫ୍ରିକା ରହିଛି। ଅନ୍ୟପକ୍ଷରେ ଭାରତକୁ ଆହତଜନିତ ସମସ୍ୟାର ମୁକାବିଲା କରିବାକୁ ପଡ଼ିଥିବା ବେଳେ ଚୂଡ଼ାନ୍ତ ଏକାଦଶ ଗଠନ ନେଇ ଆହ୍ବାନକୁ ଏହା ପ୍ରତିହତ କରି ପାରିଥିଲା। ଏହା ସତ ଯେ ଦକ୍ଷିଣ ଆଫ୍ରିକା ବାତାବରଣରେ ଟେଷ୍ଟ ଶୃଙ୍ଖଳା ଜିତିବା ପାଇଁ ଆବଶ୍ୟକ ବୋଲିଂ ଆକ୍ରମଣ ଉଭୟ ଦଳଙ୍କର ରହିଛି। ତେବେ ଉଭୟ ଦଳଙ୍କର ଏପରି ବ୍ୟାଟିଂ ଲାଇନ୍‌ ରହିଛି; ଶୃଙ୍ଖଳା ପୂର୍ବରୁ ଯାହାର ମୂଲ୍ୟାୟନ କରିବା କଷ୍ଟକର। ତେଣୁ ଯେଉଁ ଦଳର ବ୍ୟାଟିଂ ସଫଳ ହେବ; ଏହି ଶୃଙ୍ଖଳା ସେହି ଦଳ ଜିତିପାରିବ। ଗତ କିଛିବର୍ଷ ହେଲା ଟେଷ୍ଟ କ୍ରିକେଟ୍‌ରେ ଭାରତୀୟ ଦଳର ପ୍ରଦର୍ଶନ ଦକ୍ଷିଣ ଆଫ୍ରିକାଠାରୁ ଭଲ ରହିଛି। ୨୦୧୮ରେ ଦକ୍ଷିଣ ଆଫ୍ରିକା ଗସ୍ତ ପରଠାରୁ ଭାରତୀୟ ଦଳର ପ୍ରଦର୍ଶନ ଊର୍ଦ୍ଧ୍ବଗାମୀ ହୋଇଛି। ତେବେ ୨୦୧୪ ପରଠାରୁ ଦକ୍ଷିଣ ଆଫ୍ରିକା ସେଞ୍ଚୁରିଅନ୍‌ରେ ଟେଷ୍ଟମ୍ୟାଚ୍‌ ହାରିନାହିଁ। ତେଣୁ ପ୍ରଥମ ଟେଷ୍ଟରେ କେଉଁ ଦଳର ପଲ୍ଲା ଭାରିରହିବ; ତାହା ଭବିଷ୍ୟବାଣୀ କରିବା ବହୁତ କଷ୍ଟକର।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories