www.samajalive.in
Sunday, December 7, 2025
14.1 C
Bhubaneswar

କୋଭିଡ ଆରୋଗ୍ୟ ହାର ୯୫.୯୬ ପ୍ରତିଶତ : ମୋଟ ସଂକ୍ରମଣ ୧ କୋଟି ୧୫ ଲକ୍ଷ ୯୯ହଜାର ୧୩୦

ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ ଆରୋଗ୍ୟ ହାର ୯୫.୯୬ ପ୍ରତିଶତ ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ପ୍ରାୟ ୨୩ହଜାର ବ୍ୟକ୍ତି ଏହି ରୋଗରୁ ଆରୋଗ୍ୟଲାଭ କରିବା ପରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୧ଲକ୍ଷ ୩୦ ହଜାର୨୮୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ସେହିଭଳି ଗତ ୨୪ଘଣ୍ଟା ମଧ୍ୟରେ ୪୩ ହଜାର ୮୪୬ ଜଣ ବ୍ୟକ୍ତିଙ୍କ ଠାରେ ନୂତନ ଭାବେ କରୋନା ଭୂତାଣୁ ଚିହ୍ନଟ କରାଯାଇଛି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୫ ଲକ୍ଷ ୯୯ହଜାର ୧୩୦ରେ ପହଞ୍ଚିଛି।

ଅନ୍ୟ ପକ୍ଷରେ ବର୍ତ୍ତମାନ ଦେଶର ବିଭିନ୍ନ ହସ୍ପିଟାଲରେ ପ୍ରାୟ ୩ଲକ୍ଷ ୯ ହଜାର ୮୭ ଜଣ କୋଭିଡ ସଂକ୍ରମିତ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି। ଯାହାକି ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟାର ୨.୬୬ ପ୍ରତିଶତ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ଘଣ୍ଟା ମଧ୍ୟରେ ୧୯୭ଜଣଙ୍କର ଏହି ରୋଗରେ ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ୍‍ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୯ହଜାର ୭୫୫ରେ ପହଞ୍ଚିଛି।
ଆଇସିଏମ୍‍ଆର୍‍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତକାଲି ଦେଶରେ ୧୧ଲକ୍ଷ ୩୩ହଜାରରୁ ଊର୍ଦ୍ଧ୍ବ କୋଭିଡ-୧୯
ନମୂନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ଦେଶବ୍ୟାପୀ ମୋଟ୍‍ ୨୩ କୋଟି ୩୫ ଲକ୍ଷରୁ ଅଧିକ ନମୂନା ପରୀକ୍ଷା କରାଯାଇଛି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories