www.samajalive.in
Monday, December 15, 2025
14.1 C
Bhubaneswar

୧୪ ଦିନରେ ଶୀର୍ଷ ଛୁଇଁବ ସଂକ୍ରମଣ: ଆଇଆଇଟି ମାଡ୍ରାସ

ନୂଆଦିଲ୍ଲୀ: କରୋନା ଭୂତାଣୁର ସଂକ୍ରମଣ ହାର ଦର୍ଶାଉଥିବା କୋଭିଡ୍‌ର ଆର୍‌-ଭାଲ୍ୟୁ ଚଳିତ ମାସ ୧୪ରୁ ୨୧ ତାରିଖ ମଧ୍ୟରେ ଶେଷ ହୋଇଥିବା ସପ୍ତାହରେ ୧.୫୭କୁ ଖସି ଆସିଥିଲେ ମଧ୍ୟ ଆଗାମୀ ୧୪ ଦିନ ମଧ୍ୟରେ କରୋନାର ତୃତୀୟ ଲହର ଶୀର୍ଷରେ ପହଞ୍ଚିବା ସମ୍ଭାବନା ରହିଛି। ଆଇଆଇଟି ମାଡ୍ରାସ୍‌ ପକ୍ଷରୁ କରାଯାଇଥିବା ଏକ ବିଶ୍ଳେଷଣର ପ୍ରାରମ୍ଭିକ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। କରୋନାର ଆର୍‌-ଭାଲ୍ୟୁ ୧ ତଳକୁ ଖସିଲେ ଏହି ମହାମାରୀର ପ୍ରକୋପ ସମାପ୍ତ ହେବାକୁ ବସିଲାଣି ବୋଲି ଧରି ନିଆଯିବ। ତେବେ ଆଇଆଇଟି ମାଡ୍ରାସ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଚଳିତ ମାସ ୧୪ ତାରିଖରୁ ୨୧ ତାରିଖ ମଧ୍ୟରେ କରୋନାର ଆର୍‌-ଭାଲ୍ୟୁ ୧.୫୭କୁ ଖସି ଆସିଛି। ଚଳିତ ମାସ ୭ରୁ ୧୩ ତାରିଖ ମଧ୍ୟରେ ଶେଷ ହୋଇଥିବା ସପ୍ତାହରେ ଏହି ଆର୍‌-ଭାଲ୍ୟୁ ୨.୨ ଥିବା ବେଳେ ୧ରୁ ୬ ତାରିଖ ମଧ୍ୟରେ କରୋନାର ଆର୍‌-ଭାଲ୍ୟୁ ୪ ଏବଂ ଡିସେମ୍ବର ୨୫ରୁ ୩୧ ମଧ୍ୟରେ ଏହା ୨.୯ ରହିଥିଲା।

ଏହି ପ୍ରାରମ୍ଭିକ ବିଶ୍ଲେଷଣ ଆଇଆଇଟି ମାଡ୍ରାସର ପ୍ରଫେସର ନିଲେଶ ଏସ୍‌ ଉପାଧ୍ୟାୟ ଏବଂ ପ୍ରଫେସର ଏସ୍‌ ସୁନ୍ଦରଙ୍କ ନେତୃତ୍ବରେ କରାଯାଇଥିଲା। ଏହି ପ୍ରସଙ୍ଗରେ ଅଧିକ ସୂଚନା ଦେଇ ଆଇଆଇଟି ମାଡ୍ରାସର ଗଣିତ ବିଭାଗର ସହଯୋଗୀ ପ୍ରଫେସର ଡ. ଜୟନ୍ତ ଝା କହିଛନ୍ତି ଯେ ମୁମ୍ବଇ ଓ କଲକାତାର ଆର୍‌-ଭାଲ୍ୟୁ ଦର୍ଶାଉଛି ଯେ ସେଠାରେ ମହାମାରୀ କରୋନା ସଂକ୍ରମଣର ଶୀର୍ଷ ସମୟ ସମାପ୍ତ ହୋଇଯାଇଛି ଏବଂ କରୋନା ସଂକ୍ରମଣ ଏବେ କମିବାକୁ ଲାଗିଲାଣି। ତେବେ ଦିଲ୍ଲୀ ଓ ଚେନ୍ନଇରେ କରୋନାର ଆର୍‌-ଭାଲ୍ୟୁ ୧ ପଏଣ୍ଟ ନିକଟରେ ରହିଛି ବୋଲି ସେ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories