ପୁଣି ଆରମ୍ଭ ହେବ ଭାରତ-ଚୀନ ବାର୍ଷିକ ସେନା ସମରାଭ୍ୟାସ

0

ନୂଆଦିଲ୍ଲୀ : ଭାରତ ଓ ଚୀନ ସମ୍ପର୍କ ସୁଧୁରିବାରେ ଲାଗିଛି । ପୂର୍ବ ବର୍ଷ ଭଳି ଚଳିତ ବର୍ଷଠାରୁ ଭାରତ-ଚୀନ ସେନାର ସମରାଭ୍ୟାସ ପୁନଃ ଆରମ୍ଭ ହେବାକୁ ଯାଉଛି ବୋଲି ଭାରତୀୟ ସେନା ମୁଖ୍ୟ ଜେନରାଲ ବିପିନ ରାୱତ ମଙ୍ଗଳବାର କହିଛନ୍ତି ।

ଏହାସହ ସେନା ପ୍ରମୁଖ ରାୱତ କହିଛନ୍ତି ଯେ ଡୋକଲାମ ବିବାଦରୁ ଦୁଇ ଦେଶର ସମ୍ପକରେ ସୃଷ୍ଟି ତିକ୍ତତା ଲୋପ ପାଇବାରେ ଲାଗିଛି । ଚୀନ ଅର୍ଥବ୍ୟବସ୍ଥା ସହ ସେନା ଉପରେ ଖର୍ଚ୍ଚ କରିବା ଭୁଲିନାହିଁ । ତେଣୁ ଆଜି ଚୀନ ବିଶ୍ୱର ସର୍ବଶକ୍ତିମାନ ଆମେରିକାକୁ ଆହ୍ୱାନ ଦେଇପାରୁଛି । ପ୍ରତି ବର୍ଷ ଦୁଇ ଦେଶର ସେନା ମଧ୍ୟରେ ‘ହ୍ୟାଣ୍ଡ ଇନ ହ୍ୟାଣ୍ଡ’ ସମରାଭ୍ୟାସ ହେଉଥିଲା । ମାତ୍ର ଗତବର୍ଷ ଡୋକଲାମ ସୀମା ବିବାଦ ଯୋଗୁଁ ଦୁଇ ସେନା ମଧ୍ୟରେ ହେଉଥିବା ସମରାଭ୍ୟାସ ବାତିଲ ହୋଇଯାଇଥିଲା । ଚଳିତ ବର୍ଷ ଏହି ସମରାଭ୍ୟାସ ପୁନଃ ଆରମ୍ଭ ହେବ ।

prayash

ଏବେ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ସୁଧୁରିବାରେ ଲାଗିଛି । ଆସନ୍ତା ଅପ୍ରେଲ ମାସରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଚୀନ ଗସ୍ତରେ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ସେଠାରେ ଡୋକଲାମ ପ୍ରସଙ୍ଗକୁ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି ।

ସେହିପରି ପାକିସ୍ତାନର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନର ଜବାବ ଦେବାକୁ ଆମ ପାଖରେ ବିକଳ୍ପ ବ୍ୟବସ୍ଥା ଅଛି ବୋଲି ରାୱତ କହିଛନ୍ତି ।

Leave A Reply