www.samajalive.in
Tuesday, December 9, 2025
26.1 C
Bhubaneswar

୧୦ରେ ଜୟଶଙ୍କର-ୱାଙ୍ଗ ୱି ସାକ୍ଷାତ ଆଲୋଚନା

ନୂଆଦିଲ୍ଲୀ : ସେପ୍ଟେମ୍ବର ୧୦ ତାରିଖ (ଗୁରୁବାର)ରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହିତ ଚୀନ ପ୍ରତିପକ୍ଷ ୱାଙ୍ଗ ୱିଙ୍କ ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ରୁଷ୍‌ର ମସ୍କୋରେ ଚାଲିଥିବା ସାଙ୍ଘାୟ ସହଯୋଗ ସଂଗଠନ (ଏସସିଓ) ବୈଠକ ଅବସରରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବ। ଏସସିଓ ବୈଠକରେ ଯୋଗଦେବାକୁ ୱାଙ୍ଗ ୱି ବୁଧବାର ମସ୍କୋରେ ପହଞ୍ଚିବେ।

ସେହିପରି ମଙ୍ଗଳବାର ସନ୍ଧ୍ୟାରେ ଜୟଶଙ୍କର ମସ୍କୋରେ ପହଞ୍ଚିବେ। ଉଭୟଙ୍କ ସାକ୍ଷାତ କାଳରେ ପୂର୍ବ ଲଦାଖର ଏଲଏସିରେ ଦେଖାଯାଇଥିବା ଉତ୍ତେଜନା ପ୍ରସଙ୍ଗରେ ଆଲୋଚନା କରାଯିବ। ଉତ୍ତେଜନାକୁ ହ୍ରାସ ପାଇଁ କି ପ୍ରକାର ପନ୍ଥା ଆପଣାଯିବ ତାହା ଉଭୟ ବିଚାର କରିବେ। ପୂର୍ବରୁ ଚୀନ ସହିତ ଦେଖାଯାଇଥିବା ଅନେକ ଥର ସୀମା ବିବାଦକୁ ସମାଧାନ କରିବାରେ ଜୟଶଙ୍କର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେଣୁ ଚଳିତ ବିବାଦକୁ ସମାଧାନ କରିବାରେ ଜୟଶଙ୍କର ସଫଳ ହେବେ ବୋଲି ଆଶା କରାଯାଉଛି। ଜୟଶଙ୍କର-ୱଙ୍ଗ ୱିଙ୍କ ମଧ୍ୟରେ କଥାବାର୍ତ୍ତା ପୂର୍ବରୁ ସେପ୍ଟେମ୍ବର ୫ରେ ଦୁଇଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇସାରିଛି। ଏସସିଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ଅବସରରେ ରାଜନାଥ ସିଂହଙ୍କ ସହିତ ଚୀନ ପ୍ରତିରକ୍ଷା ମନ୍ତ୍ରୀ ୱି ଫେଙ୍ଗହଙ୍କର ସାକ୍ଷାତ ଆଲୋଚନା ହୋଇଥିଲା। ଅଗଷ୍ଟ ୨୯ ଓ ୩୦ରେ ଚୀନ ସେନା ପାନଗଙ୍ଗ ହ୍ରଦର ଦକ୍ଷିଣ ଉପକୂଳର ପାର୍ବତ୍ୟ ଅଞ୍ଚଳକୁ ଦଖଲ ଉଦ୍ୟମ ନେଇ ଉତ୍ତେଜନା ବୃଦ୍ଧି ପାଇଛି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories