www.samajalive.in
Saturday, December 6, 2025
16.1 C
Bhubaneswar

ଟି-୨୦ ବିଶ୍ଵକପ୍: ପାକିସ୍ତାନଠାରୁ ୬ ରନ୍‌ରେ ଜିତିଲା ଭାରତ

ନ୍ୟୁୟର୍କ : ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଚଳିତ ଟି-୨୦ ବିଶ୍ଵକପରେ ଚିର ପ୍ରତିଦ୍ଵନ୍ଦୀ ପାକିସ୍ତାନକୁ ଭାରତ ପରାସ୍ତ କରିଛି। କହିବାକୁ ଗଲେ ପାକିସ୍ତାନ ହାତରୁ ଭାରତ ମ୍ୟାଚ୍ ଛଡାଇ ନେଇଛି। ରବିବାର ଏହି ହାଇ ଭୋଲଟେଜ ଗ୍ରୃପ୍ ଏ ମ୍ୟାଚ୍ ରେ ୭ ଓ୍ବିକେଟ୍ ହାତରେ ଥାଇ ପାକିସ୍ତାନ ୬ ଓଭରରୁ ମାତ୍ର ୪୦ ରନ୍ ଆବଶ୍ୟକ କରୁଥିଲା। ହେଲେ ଭାରତୀୟ ପେସ୍ ବୋଲର ଘାତକ ବୋଲିଂ କରି ଏହି ୬ ଓଭରରୁ ମାତ୍ର ୩୩ ରନ୍ ଦେଇ ୪ ଓ୍ବିକେଟ୍ ନେଇ ଭାରତକୁ ୬ ରନରେ ଚମତ୍କାର ବିଜୟ ଦେଇଥିଲେ। ଏହି ବହୁ ପ୍ରତୀକ୍ଷିତ ମ୍ୟାଚରେ ପାକିସ୍ତାନୀ ଫାଷ୍ଟବୋଲର ଘାତକ ବୋଲିଂ କରି ମିଳିତ ଭାବେ ୯ ଓ୍ବିକେଟ୍ ନେବାରୁ ଭାରତ ୧୮.୫ ଓଭରରେ ୧୧୯ ରନରେ ଅଲଆଉଟ୍ ହୋଇଥିଲା। କ୍ରମାଗତ ଦୁଇଟି ବିଜୟ ପରେ ଭାରତ ସୁପର ୮ ଦ୍ଵାରରେ ପହଞ୍ଚିଛି। ଉଭୟ ମ୍ୟାଚ୍ ହାରିଥିବା ପାକିସ୍ତାନ ଏବେ ଚିନ୍ତାରେ ପଡିଛି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories