ଭାରତ-ବାଂଲାଦେଶ ନୌସେନା ଅଭ୍ୟାସ କାର୍ଯ୍ୟକ୍ରମ ‘ବଙ୍ଗୋସାଗର-୨୩’ ଅନୁଷ୍ଠିତ
ଡେସ୍କ: ଭାରତୀୟ ନୌସେନା ଏବଂ ବାଂଲାଦେଶ ନୌସେନାର ଚତୁର୍ଥ ଦ୍ୱିପାକ୍ଷିକ ଅଭ୍ୟାସ ‘ବଙ୍ଗୋସାଗର-୨୩’ ଏବଂ ଉଭୟ ସେନାର ସମନ୍ୱିତ ପାଟ୍ରୋଲିଂର ପଞ୍ଚମ ଅଭ୍ୟାସ ବିଶାଖାପାଟନମରେ ଅନୁଷ୍ଠିତ ହୋଇଥିଲା। ଉଭୟ ଦେଶର ନୌସେନାର ଜାହାଜ ଏବଂ ବିମାନ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେ ମିଳିତ ପାଟ୍ରୋଲିଂ କରିଥିଲେ ଏବଂ ସମନ୍ୱୟରେ ଉନ୍ନତି ଆଣିବା ପାଇଁ ସମୁଦ୍ରରେ ଅଭ୍ୟାସ କରିଥିଲେ। ଏହି ଅଭ୍ୟାସରେ କୁଠାର, କିଲ୍ଟ ଜାହାଜ ଏବଂ ସାମୁଦ୍ରିକ ପାଟ୍ରୋଲିଂ ବିମାନ ଡୋର୍ନିୟର ଅଂଶଗ୍ରହଣ କରିଥିଲା। ଏହି ଦ୍ୱିପାକ୍ଷିକ ଅଭ୍ୟାସ ଏବଂ ସମନ୍ୱିତ ପାଟ୍ରୋଲିଂ ଦୁଇ ଦେଶର ନୌସେନା ମଧ୍ୟରେ ପାରସ୍ପରିକ ବୁଝାମଣା ଏବଂ ସହଯୋଗକୁ ମଜବୁତ କରିଥିବା କୁହାଯାଇଛି।
Comments are closed.