www.samajalive.in
Saturday, December 6, 2025
14.1 C
Bhubaneswar

ଆନ୍ତଃରାଜ୍ୟ ଅପରାଧି ଗିରଫ,ବୋଲେରୋ ଜବତ

କେନ୍ଦୁଝରଗଡ଼: କେନ୍ଦୁଝର ଟାଉନ ଥାନା ଅଧିନ ଜଗନ୍ନାଥପୁର ଛକରୁ ଚଳିତମାସ ୭ ତାରିଖ ଦିନ ଦିପ୍ରହରରେ ଏକ ବୋଲେରୋ (ଓଡ଼ି-୩୫-ଜି-୩୦୫୫) ଗାଡି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଟାଉନ ପୁଲିସ ତଦନ୍ତ ଆରମ୍ଭ କରି ଆଖପାଖ ସିସିଟିଭି ଯାଞ୍ଚ କରିବାପରେ ଗାଡିଟି ଗାନ୍ଧିଛକ ଦେଇ କୋଲକତା ଅଭିମୁଖେ ଯାଇଥିବା ଜଣାପଡିଥିଲା। ଟାଉନ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ ସହ କୋଲକତା ଅଭିମୁଖେ ଯାଇଥିଲା। କୋଲକତା ରାସ୍ତାରେ ଯିବାବେଳେ ବିଭିନ୍ନ ଟୋଲଗେଟର ସିସିଟିଭି ପୁଟେଜକୁ ଆଧାର କରି ପୁଲିସ କୋଲକତାର ସେଖପଡା ରେ ପହଞ୍ଚିଥିଲା। ସେଠାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କେନ୍ଦୁଝରରୁ ଚୋରି ହୋଇଥିବା ବୋଲେରୋକୁ ଠାବ କରିବାକୁ ସକ୍ଷମ ହୋଇଥିଲା। ସେଜାଦ ଅଲ୍ଲୀ ନାମକ ଜଣେ ଯୁବକ ଏହି ଗାଡିଟିକୁ ଆଣି ବିକ୍ରି କରିବା ଉଦେଶ୍ୟରେ ଚୋରି କରିଥିବା ପୁଲିସ ତଦନ୍ତରୁ ଜାଣିବା ପରେ ଉକ୍ତ ବୋଲେରୋକୁ ଜବତ କରିବା ସହିତ ସେଜାଦ ଅଲ୍ଲୀକୁ ଗିରଫ କରିବାରେ ସଫଳ ହୋଇଛି।

ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଅଭିଯୁକ୍ତ ସେଯାଦ ଅଲ୍ଲୀ ଓଲା-ଉବେର ଟ୍ୟାକ୍ସି ଗାଡି ଚଲାଉଥିଲା । ଏଣୁ ଗାଡି ଚୋରି ଉଦେଶ୍ୟରେ ସେ ଚଳିତମାସ ୫ତାରିଖ ଏକ ଭଡା ଗାଡି ଯୋଗେ ଆସି କେନ୍ଦୁଝରରେ ପହଞ୍ଚିଥିଲା। ପ୍ରଥମେ ଯୋଡ଼ାରେ ରହିବା ପରେ ତାପର ଦିନ କେନ୍ଦୁଝର ଆସି ଜଗନ୍ନାଥପୁର ଛକ ନିକଟରୁ ଉକ୍ତ ବୋଲେରୋଟିକୁ ଚୋରି କରିଥିଲା। ଚୋରି ଏହି ବୋଲେରୋ ନମ୍ବର ବଦଳାଇ (ଡବ୍ଲୁବି-୨୯ବି-୫୦୫୫) କରି ବ୍ୟବହାର କରୁଥିଲା। ଗାଡିଟିକୁ ଜବତ କରିବା ପରେ ଗାଡ଼ିରୁ ନକଲି ନମ୍ବର ପ୍ଲେଟ, ପୁଲିସ ଲେଖା ଥିବା ଷ୍ଟିକର, ଯନ୍ତ୍ରାଂଶ ସମେତ ଏକ ମୋବାଇଲ ଏବଂ ନଗଦ ଟଙ୍କା ଜବତ କରବା ସହ ଅଭିଯୁକ୍ତ ସେଜାଦକୁ ରବିବାର ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନା ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories