www.samajalive.in
Friday, December 12, 2025
16.1 C
Bhubaneswar

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟ୍ବେଣ୍ଟି୨୦ ବିଶାଖାପାଟଣାକୁ ସ୍ଥାନାନ୍ତର

ନୂଆଦିଲ୍ଲୀ : ଚଳିତମାସ ଶେଷ ବେଳକୁ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ଭାରତ ଗସ୍ତ​‌େ​‌ର ଆସି କ୍ରିକେଟ୍‌ ସିରିଜ୍‌ ଖେଳିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ୨ ମ୍ୟାଚ୍‌ ବିିଶିଷ୍ଟ ଟ୍ବେଣ୍ଟି୨୦ ଓ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌।
ଟ୍ବେଣ୍ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆସନ୍ତା ୨୪ରେ ବେଙ୍ଗାଲୁରୁରେ ଖେଳାଯିବାକୁ ପୂର୍ବରୁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା। ତେବେ ଏହି ମ୍ୟାଚ୍‌ ବିଶାଖାପାଟଣାକୁ ସ୍ଥାନାନ୍ତର ହୋଇଥିବା ବେଳେ ୨୭ରେ ବିଶାଖାପାଟଣାରେ ଖେଳାଯିବାକୁ ଥିବା ଦ୍ବିତୀୟ ମ୍ୟାଚ୍‌ ବେଙ୍ଗାଲୁରୁରେ ଖେଳାଯିବ। ଆସନ୍ତା ୨୪ରେ ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ସୋ’ ଆୟୋଜିତ ହେବ। ସେହିଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁ ଆସିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି କ୍ରିକେଟ୍‌ ମ୍ୟାଚ୍‌ ନିମନ୍ତେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ବେଙ୍ଗାଲୁରୁ ପୁଲିସ କମିସନର କୌଣସି ପ୍ରକାର ପ୍ରତିଶ୍ରୁତି ପ୍ରଦାନ କରିପାରିନଥିଲେ।
ଏହି ପରିସ୍ଥିତିରେ କର୍ଣ୍ଣାଟକ କ୍ରିକେଟ୍‌ ଆସୋସିଏସନ ତରଫରୁ ଆନ୍ଧ୍ରପ୍ରଦେଶ କ୍ରିକେଟ୍‌ ଆସୋସିଏସନ୍‌କୁ ପତ୍ର ଲେଖାଯାଇ ଦୁଇଟି ମ୍ୟାଚ୍‌ର ଖେଳସୂଚୀରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବର ନକଲ ବିସିସିଆଇ କାର୍ଯ୍ୟକାରୀ ସମ୍ପାଦକ ଅମିତାଭ ଚୌଧୁରୀଙ୍କ ନିକଟକୁ ପଠାଇ ଯାଇଥିଲା। ଖେଳସୂଚୀରେ ପରିବର୍ତ୍ତନକୁ ନେଇ ବିସିସିଆଇର କୌଣସି ଅସୁବିଧା ନ ଥିବା ଦର୍ଶାଇ ଚୌଧୁରୀ ଚୂଡାନ୍ତ ନିଷ୍ପତ୍ତି ପାଇଁ କ୍ରିକେଟ୍‌ ପ୍ରଶାସକ କମିଟି (ସିଓଏ) ନିକଟକୁ ପଠାଇଥିଲେ। ସିଓଏ ଟ୍ବେଣ୍ଟି୨୦ ମ୍ୟାଚ୍‌ର ଖେଳସୂଚୀରେ ପରିବର୍ତ୍ତନ ପାଇଁ ସ୍ବୀକୃତି ପ୍ରଦାନ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories