www.samajalive.in
Saturday, December 13, 2025
21.1 C
Bhubaneswar

ଦିନିକିଆ ବ୍ୟାଟିଂ ମାନ୍ୟତା : ମାନ୍ଧାନା ବିଶ୍ବର ୧ନଂ

ଦୁବାଇ : ଆଇସିସି ମହିଳା ଦିନିକିଆ ବ୍ୟାଟିଂ ମାନ୍ୟତାରେ ଭାରତର ସ୍ମୃତି ମାନ୍ଧାନା ବିଶ୍ବର ୧ନଂ କ୍ରିକେଟର ହୋଇଛନ୍ତି। ଶନିବାର ଘୋଷିତ ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତାରେ ମାନ୍ଧାନା ୩ଟି ସ୍ଥାନର ଉନ୍ନତି ଘଟାଇ ୧ନଂ ସ୍ଥାନରେ ପହଞ୍ଚିଛନ୍ତି। ବାମହାତି ଓପ୍‌ନର ମାନ୍ଧାନା ଜୀବନରେ ପ୍ରଥମଥର ପାଇଁ ୧ନଂ ମାନ୍ୟତା ହାସଲ କରିଛନ୍ତି। ଫଳରେ ଉଭୟ ପୁରୁଷ ଓ ମହିଳା ଦିନିକିଅା ବ୍ୟାଟିଂ ମାନ୍ୟତାରେ ଭାରତୀୟ ରହିଛନ୍ତି। ବିରାଟ କୋହଲି ୧ନଂ ଦିନିକିଆ ବ୍ୟାଟ୍‌ସମ୍ୟାନ୍ ଥିବା ବେଳେ ମାନ୍ଧାନା ମହିଳା ଦିନିକିଆ ମାନ୍ୟତା ଶୀର୍ଷରେ ଅଛନ୍ତି।
ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଅା ସିରିଜ୍‌ରେ ମାନ୍ଧାନା ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହି ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ମାନ୍ଧାନା ଜୀବନର ୪ର୍ଥ ଦିନିକିଆ ଶତକ ହାସଲ କରିଥିବା ବେଳେ ଅପରାଜିତ ୯୦ ରନ୍ କରିଥିଲେ। ଫଳରେ ଆଇସିସି ଦିନିକିଆ ମାନ୍ୟତାରେ ଅଷ୍ଟ୍ରେଲିଆର ଏଲିସ୍ ପେରି ଓ ମେଗ୍ ଲାନିଙ୍ଗ୍‌ଙ୍କୁ ମାନ୍ଧାନା ପଛରେ ପକାଇ ଦେଇଛନ୍ତି। ୨୦୧୮ ବର୍ଷ ମାନ୍ଧାନାଙ୍କ ପାଇଁ ବେଶ୍ ସଫଳ ପ୍ରମାଣିତ ହୋଇଛି। ଏହି ବର୍ଷ ସ୍ମୃତି ମାନ୍ଧାନା ୧୫ଟି ଦିନିକିଆ ମ୍ୟାଚ୍‌ରେ ୨ଟି ଶତକ ଓ ୮ଟି ଅର୍ଦ୍ଧଶତକ ମାରିଛନ୍ତି। ପେରି ଓ ଲାନିଙ୍ଗ୍‌ ୨ୟ ଓ ୩ୟ ସ୍ଥାନରେ ଥିବା ବେଳେ ନ୍ୟୁଜିଲାଣ୍ଡ ଅଧିନାୟିକା ଆମି ସାଥରୱେଟ୍ ୧୦ଟି ସ୍ଥାନର ଉନ୍ନତି ଘଟାଇ ୪ର୍ଥ ସ୍ଥାନରେ ପହଞ୍ଚିଛନ୍ତି। ୪ର୍ଥ ସ୍ଥାନରେ ଥିବା ଭାରତୀୟ ଅଧିନାୟିକା ମିତାଲି ରାଜ ଗୋଟିଏ ସ୍ଥାନ ତଳକୁ ଖସି ୫ମ ସ୍ଥାନରେ ପହଞ୍ଚିଛନ୍ତି। ନ୍ୟୁଜିଲାଣ୍ଡ ଓପ୍‌ନର ସୁଜି ବେଟ୍‌ସ ୬ଷ୍ଠ ସ୍ଥାନରେ ରହିଛନ୍ତି। ମାତ୍ର ୭ଟି ଦିନିକିଆ ଖେଳିଥିବା ୧୮ ବର୍ଷ ବୟସ୍କା ଭାରତୀୟ ଜେମିମା ରଡ୍ରିଗ୍ବେଜ୍ ୬୧ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବୋଲରଙ୍କ ମଧ୍ୟରେ ଦୁଇ ଭାରତୀୟ ସ୍ପିନର ପୁନମ୍ ଯାଦବ ଓ ଦୀପ୍ତି ଶର୍ମା ୫ଟି ସ୍ଥାନର ଉନ୍ନତି ଘଟାଇ ଯଥାକ୍ରମେ ୮ମ ଓ ୯ମ ସ୍ଥାନରେ ରହିଛନ୍ତି। ବାମହାତି ସ୍ପିନର ଏକତା ବିସ୍ତ୍ ୧୩ଶ ସ୍ଥାନରେ ରହିଛନ୍ତି। ବୋଲରଙ୍କ ମଧ୍ୟରେ ଝୁଲଣ ଗୋସ୍ବାମୀ ୪ର୍ଥ ସ୍ଥାନରେ ରହିଛନ୍ତି। ପାକିସ୍ତାନର ସାନା ମୀର ପ୍ରଥମ, ଅଷ୍ଟ୍ରେଲିଆର ମେଗାନ୍ ସ୍କଟ୍ ୨ୟ ଓ ଦକ୍ଷିଣ ଆଫ୍ରିକାର ମାରିଜେନ୍ କାପ୍ ୩ୟ ସ୍ଥାନରେ ରହିଛନ୍ତି। ଅଲ୍‌ରାଉଣ୍ଡର ମାନ୍ୟତା ତାଲିକାରେ ଅଷ୍ଟ୍ରେଲିଆର ଏଲିସ୍ ପେରି ଶୀର୍ଷ ସ୍ଥାନରେ ରହିଛନ୍ତି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories