୩ଜୁଆଙ୍ଗ ଶିଶୁଙ୍କୁ ଚେଙ୍ଖ

0

କେନ୍ଦୁଝର : ତେଲକୋଇ ବ୍ଲକରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଶନିବାର ୩ଜୁଆଙ୍ଗ ଶିଶୁଙ୍କୁ ଚେଙ୍ଖ ଦେବା କାରଣରୁ ଜଣେ ଶିଶୁ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେଲକୋଇ ବ୍ଲକ ବିମଳା ପଞ୍ଚାୟତର ଟାଙ୍ଗିରା ପତ୍ରଫଡି ସାହିରେ ରହୁଥିବା ଚେମୁଟୁ ଜୁଆଙ୍ଗ ଏବଂ ଟୁରୀ ଜୁଆଙ୍ଗଙ୍କ ମାତ୍ର ୨୮ଦିନର ନବଜାତ ଶିଶୁକନ୍ୟା, ଗୁରୁବାରିଆ ଜୁଆଙ୍ଗ ଓ ଦୁରୁଜାଙ୍ଗ ଜୁଆଙ୍ଗଙ୍କ ୨ମାସର ଶିଶୁପୁତ୍ର ଅରୁଣ ଏବଂ ପୂର୍ଣ୍ଣ ଜୁଆଙ୍ଗ ଓ ନିଞ୍ଜାରୀ ଜୁଆଙ୍ଗଙ୍କ ଦେଢ଼ବର୍ଷର ଶିଶୁକନ୍ୟାଙ୍କୁ ଚେଙ୍ଖ ଦିଆଯାଇଛି। ତେବେ ୨୮ଦିନର ଶିଶୁକନ୍ୟାଙ୍କୁ ଚେଙ୍ଖ ଦେବା ପରେ ତା’ର ଅବସ୍ଥା ଗୁରୁତର ହୋଇପଡିବାରୁ ଶିଶୁକୁ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଜୁଆଙ୍ଗ ଜନଜାତି ଜାତିର ଶିଶୁଙ୍କୁ ଜ୍ୱର କିମ୍ବା କୌଣସି ରୋଗ ହେଲେ ସେମାନେ ଡାକ୍ତରୀ ଚିକିତ୍ସା ନକରି ଚେଙ୍ଖ ଉପରେ ନିର୍ଭର ହେବା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଉକ୍ତ ଗ୍ରାମର ମୁଖିଆ ଗୁରୁବାରିଆ ଜୁଆଙ୍ଗଙ୍କ କହିବାନୁସାରେ, ଶିଶୁଙ୍କ ଜ୍ୱର କିମ୍ବା ପେଟବ୍ୟଥା ହେଲେ ଏବଂ ଭବିଷ୍ୟତରେ ବଜ୍ରାଘାତରୁ ବର୍ତ୍ତିବା ପାଇଁ ଏଭଳି ଚେଙ୍ଖ ଦିଆଯାଇଥାଏ।

Leave A Reply