ନୂଆଦିଲ୍ଲୀ : ୨୦୧୯ ଜାନୁଆରୀ ମାସରେ ଜିଏସଟି ରାଜସ୍ୱ ସଂଗ୍ରହ ୧ଲକ୍ଷ କୋଟି ଟଙ୍କା ଟପିଥିବା ଜଣାପଡିଛି। ସୂଚନା ଅନୁସାରେ ସିଜିଏସଟିରୁ ୧୭, ୭୬୩ କୋଟି ଟଙ୍କା, ଏସ୍ଜିଏସଟିରୁ ୨୪,୮୨୬ କୋଟି ଟଙ୍କା, ଆଇଜିଏସଟିରୁ ୫୧,୨୨୫ କୋଟି ଟଙ୍କା ଏବଂ ସେସ୍ ଜିଏସଟି ୮,୬୯୦କୋଟି ଟଙ୍କା ସଂଗ୍ରହ କରାଯାଇଥିବା ଜଣାପଡିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ତୃତୀୟ ଥର ଲାଗି ଜିଏସଟି ସଂଗ୍ରହ ରାଜସ୍ୱ ଏକ ଲକ୍ଷ କୋଟି ଟଙ୍କା ଟପିଛି। ସରକାର ଆଇଜିଏସଟିରୁ ସିଜିଏସଟି ଆକାରରେ ୧୮,୩୪୪ କୋଟି ଟଙ୍କା ଏବଂ ଏସ୍ଜିଏସଟି ଆକାରରେ ୧୪,୬୭୭ ଟଙ୍କା ନିୟମିତ ପରିଶୋଧ କରିଛନ୍ତି। ୨୦୧୮ ଡିସେମ୍ବର ପାଇଁ ପରିଶୋଧ ପରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ ରାଜସ୍ୱ ଆୟ ସିଜିଏସଟି ବାବଦରେ ୩୬,୧୦୭ କୋଟି ଟଙ୍କା ଓ ସିଜିଏସଟି ବାବଦରେ ୩୯,୫୦୩ ଟଙ୍କା ହୋଇଛି।
ଜାନୁଆରି ୨୦୧୯ରେ ଏହା ବୃଦ୍ଧି କରିଥିବା ଦେଖିବାକୁ ମିଳିଛି। କାରଣ ଅକ୍ଟୋବରରେ ଏକ କୋଟିରୁ ଅଧିକ ଟଙ୍କା ଜିଏସଟି ସଂଗ୍ରହ ହେବା ପରେ ନଭେମ୍ବର ଓ ଡିସେମ୍ବରରେ ଏହା ହ୍ରାସ ପାଇଥିଲା। ଜାନୁଆରୀ ୨୦୧୯ ଜିଏସଟି ସଂଗ୍ରହ ଜାନୁଆରୀ ୨୦୧୮ ଜିଏସଟି ସଂଗ୍ରହ ତୁଳନାରେ ୧୪% ଅଧିକ। ଉପଭୋକ୍ତାଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ସାମଗ୍ରୀ ଏବଂ ସେବା ଉପରେ ଟିକସ୍ ହ୍ରାସ ସତ୍ତ୍ବେ ଜିଏସଟି ରାଜସ୍ୱ ସଂଗ୍ରହରେ ଏହି ବୃଦ୍ଧି ପରିଲିକ୍ଷିତ ହୋଇଛି।
ପୁଣି ଟପିଲା ଏକ ଲକ୍ଷ କୋଟି ଟଙ୍କା ଜିଏସଟି ରାଜସ୍ୱ ସଂଗ୍ରହ
Popular Categories



