www.samajalive.in
Thursday, December 11, 2025
15.1 C
Bhubaneswar

ଆମେରିକାରେ ପ୍ରବଳ ଶୀତ ଯୋଗୁଁ ୨୪ ଜଣଙ୍କର ମୃତ୍ୟୁ

ଓ୍ୱାଶିଂଟନ..-  ଉତ୍ତର ମେରୁରେ ଏବେ  ବରଫ ଝଡ ହେଉଛି । ଏହାର ପ୍ରଭାବରେ ଋଷ୍‌, ଆମେରିକା , ୟୁରୋପ ସହ  ବିଶ୍ୱର ବିଭିନ୍ନ ଅଂଶରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଆମେରିକାର ଅନେକ ଅଞ୍ଚଳରେ ତାପମାତ୍ରା -୩୨ ଡିଗ୍ରୀ ତଳେ ରହିଛି । ଆମେରିକାର ଚିକାଗୋ ସହରର ତାପମାତ୍ରା -୩୨ ଡିଗ୍ରୀ ରେକର୍ଡ କରାଯାଇଛି । ଜଳ ବାୟୁ ପରିବର୍ତ୍ତନ ଓ ବିଶ୍ୱତାପାୟନ ଯୋଗୁଁ ଏପରି ହେଉଥିବା ଅନେକ ପାଣିପାଗ ବିଶେଷଜ୍ଞ ପ୍ରକାଶ କରିଛନ୍ତି । ଏହି ଶୀତ ଯୋଗୁଁ ଆମେରିକାରେ ଅତିକମ୍‌ରେ ୨୪ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ୧୦ ନିୟୁତ ଜନତା ପ୍ରଭାବିତ ହୋଇଥିବାବେଳେ ବରଫପାତରେ । ତୁଷାରମାଡ଼ରେ ବହୁ ଲୋକ ଆଘାତପ୍ରାପ୍ତ ହୋଇଛନ୍ତି। ସିକାଗୋରେ ମୃତାହତଙ୍କ ସଂଖ୍ୟା ଅଧିକ ରହିଛି। ଏଠାରେ କେବଳ ୧୫ଜଣଙ୍କ ମୃତ୍ୟୁ ହୋଇଛି ଓ ୩୦ଜଣ ଆହତ ହୋଇଛନ୍ତି। ମିଚିଗାନ୍‌ରେ ମଧ୍ୟ ପରିସ୍ଥିତି ଜଟିଳ ରହିଛି। ଜାତୀୟ ପାଣିପାଗ ସେବା ସଂସ୍ଥାର ସୂଚନାନୁଯାୟୀ, ଏଭଳି ଅବସ୍ଥା ଆଉ କିଛି ଦିନ ଜାରି ରହିବ। ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ସେବା ଯୋଗାଇ ଦିଯିବା ସହ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରହିଛି। ଦୀର୍ଘ ୪ଦିନ ଧରି ପାଗ ପ୍ରତିକୂଳ ରହିଥିବାବେଳେ ଦୁଇ ଦିନ ହେଲା ଏହା ଉଗ୍ର ହେବାରୁ ୨ହଜାରରୁ ଅଧିକ ବିମାନ ସେବା ବାତିଲ କରାଯାଇଛି।

ଯୁକ୍ତରାଷ୍ଟ୍ର ଆମେରିକାରେ ଭୟଙ୍କର ଶୀତ ଲହରୀ ଅନୁଭୂତ ହେଉଛି। ପ୍ରବଳ ତୁଷାରପାତ ସହିତ ତାପମାତ୍ରା ବିଯୁକ୍ତ ୪୯ଡିଗ୍ରୀରେ ପହଞ୍ଚିଛି। ଦେଶର ମଧ୍ୟ-ପଶ୍ଚିମାଞ୍ଚଳ ଓ ଉତ୍ତର-ପୂର୍ବାଞ୍ଚଳରେ ପରିସ୍ଥିତି ଏମିତି ହୋଇଛି ଯେ ଏହା ମେରୁ ଅଞ୍ଚଳ ଭଳି ଲାଗୁଛି। କେତେକ ସ୍ଥାନରେ ତାପମାତ୍ରା ବିଯୁକ୍ତ ୫୬ଡିଗ୍ରୀ ଛୁଇଁଛି। ଜଳାଶୟଗୁଡ଼ିକ ଏବେ ବରଫ ପଡ଼ିଆରେ ପରିଣତ ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories