www.samajalive.in
Saturday, December 6, 2025
14.1 C
Bhubaneswar

ଭୋଟ ଚୋରି ପ୍ରସଙ୍ଗ; ଶୋଭାଯାତ୍ରା ବେଳେ ରାହୁଲ ଓ ପ୍ରିୟଙ୍କାଙ୍କୁ ଉଠାଇ ନେଲା ପୁଲିସ

ନୂଆଦିଲ୍ଲୀ:  ସଂସଦ ଭବନରୁ ଇଣ୍ଡିଆ ବ୍ଲକ୍‍ ପଦଯାତ୍ରା କରି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାତ୍ରାବେଳେ ଅଟକାଇଛି ପୁଲିସ । ଦିଲ୍ଲୀ ପୁଲିସ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନେକ ସାଂସଦଙ୍କୁ ଅଟକାଇଛି ପୁଲିସ । ପୁଲିସ ଭ୍ୟାନରେ ପ୍ରିୟଙ୍କାଙ୍କୁ ନେଇ ଯାଉଥିବା ଦେଖିବାକୁ ମିଳିଛି । ପ୍ରିୟଙ୍କା କହିଛନ୍ତି ‘ ସରକାର ଭୟଭୀତ, ସରକାର କାପୁରୁଷ । ପୁଲିସ ଦ୍ୱାରା ଅଟକ ଥିବା ନେତାମାନଙ୍କ ମଧ୍ୟରେ ସଞ୍ଜୟ ରାଉତ ଏବଂ ସାଗରିକା ଘୋଷ ମଧ୍ୟ ରହିଛନ୍ତି ।
ଅନ୍ୟପଟେ ଶୋଭାଯାତ୍ରା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଏହି ଲଢେଇ ସମ୍ବିଧାନକୁ ବଞ୍ଚାଇବା ପାଇଁ । ସତ୍ୟ ସେ କହିପରିବେ ନାହିଁ । ସତ୍ୟ ଦେଶ ସାମ୍ନାରେ ଅଛି । ଏହି ଲଢେଇ ରାଜନୀତି ବିଷୟରେ ନୁହେଁ ବରଂ ସମ୍ବିଧାନକୁ ବଞ୍ଚାଇବା ପାଇଁ, ଆମେ କେବଳ ଏକ ସ୍ୱଚ୍ଛ ଭୋଟର ତାଲିକା ଚାହୁଁ । ଇଣ୍ଡିଆ ବ୍ଲକ ଏହି ପଦଯାତ୍ରା ସଂସଦ ଭବନରୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାହାରକୁ ଯିବାର ଥିଲା । କିନ୍ତୁ ପୁଲିସ ମଝି ରାସ୍ତାରେ ସେମାନଙ୍କୁ ଅଟକାଇଛି । ଏହି ପଦଯାତ୍ରା ବିହାରରେ ହୋଇଥିବା ଏସଆଇଆର ଏବଂ ଭୋଟ ଚୋରି ବିରୋଧରେ ଆରମ୍ଭ ହୋଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories