ଖୋର୍ଦ୍ଧା : ବାଇକ୍କୁ ପିଟିଲା ଟ୍ରକ୍ । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ମାଆ ଓ ପୁଅ ଗୁରୁତର ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡା ଠାରେ ସୋମବାର ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଗୁରୁତର ମାଆ-ପୁଅ ଭୁବନେଶ୍ୱର ଏମସ୍ରେ ଭର୍ତ୍ତି ହୋଇଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଜଟଣୀ ଇନ୍ଫୋ ଭ୍ୟାଲି ଥାନାରେ ଚାଳକ ଅଟକ ରହିଛି ।
ସେହିପରି ଫତେଗଡ ଥାନା ପଥରଚକଡା ଗାଁରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରକ୍ । ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣା ଘଟାଇ କଣ୍ଟିଲୋ ଫାଣ୍ଡିରେ ଚାଳକ ଜଣକ ଆତ୍ମସମର୍ପଣ କରିଛନ୍ତି । କ୍ଷତିପୂରଣ ଦାବିରେ ମୃତଦେହ ରଖି ସ୍ଥାନୀୟଲୋକେ ରାସ୍ତାରୋକ କରିବା ଫଳରେ ଦୀର୍ଘ ସମୟ ଧରି କଣ୍ଟିଲୋ-ଗଣିଆ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଥିଲା ।
ଦେଖନ୍ତୁ ଭିଡିଓ .. ବ୍ୟକ୍ତିଙ୍କ ପାଗଳାମି; ପ୍ରଖର ପାଣି ସୁଅରେ ନେଲେ ଟ୍ରାକ୍ଟର, ତା’ପରେ



