www.samajalive.in
Friday, December 5, 2025
20.1 C
Bhubaneswar

ଦେଖନ୍ତୁ ଭିଡିଓ .. ବ୍ୟକ୍ତିଙ୍କ ପାଗଳାମି; ପ୍ରଖର ପାଣି ସୁଅରେ ନେଲେ ଟ୍ରାକ୍ଟର, ତା’ପରେ

ନୂଆଦିଲ୍ଲୀ : ଦେଶର ଅନେକ ସ୍ଥାନରେ ଗତ କିଛି ଦିନ ଧରି ବନ୍ୟାର ପ୍ରକୋପ ସହ ନଦୀରେ ଜଳସ୍ତର ବୃଦ୍ଧି ହୋଇଛି । ଏହାସହ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅନେକ ସହର ପାଣିରେ ବୁଡି ରହିଥିବା ଖବର ସାମ୍ନାକୁ ଆସିଥିଲା । ଅନେକ ନଦୀରେ ଓ ବନ୍ଧମାନଙ୍କ ନିକଟରେ ଥିବା ସଡକ ପାଣିର ପ୍ରଖର ସ୍ରୋତ କାରଣରୁ ବୁଡି ରହିଥିଲା । ପ୍ରଶାସନର ଚେତାବନୀ ପରେ ମଧ୍ୟ କିଛି ଲୋକେ ପାଣିର ପ୍ରଖର ସ୍ରୋତ ସମୟରେ ମଧ୍ୟ ଯାନ ନେଇଯାଉଥିବା ଦୃଶ୍ୟ ଦେଖାଯାଇଛି । ପାଣିର ପ୍ରଖର ସ୍ରୋତରେ ପୋଲ ପାର୍‌ କରିବାକୁ ଚେଷ୍ଟା କରିଛନ୍ତି । ଏଭଳି କରିବା ସମୟରେ କିଛି ଲୋକଙ୍କ ଜୀବନହାନୀ ମଧ୍ୟ ହୋଇଥିବା ଘଟଣା ସାମ୍ନାକୁ ଆସିଥାଏ । ନିକଟରେ ଭାଇରାଲ୍‌ ହେଉଥିବା ଏକ ଭିିଡିଓ ଆଶ୍ଚର୍ଯ୍ୟଚକିତ ସହ ଭୟଭୀତ ମଧ୍ୟ କରୁଛି । ଏହି ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।


ଭିଡିଓଟିରେ ଦେଖାଯାଇପାରିବେ, ଜଣେ ବ୍ୟକ୍ତି ପାଣିର ପ୍ରବଳ ସ୍ରୋତରେ ପୋଲ ଉପର ରାସ୍ତାରେ ଟ୍ରାକ୍ଟର ଚଲାଇ ଅନେକ ଦୂର ପର୍ଯ୍ୟନ୍ତ ଯାଉଛନ୍ତି । ବନ୍ଧରେ ପାଣି ଭର୍ତ୍ତି ହୋଇ ପୋଲ ଉପରେ ପ୍ରଖର ସ୍ରୋତେରେ ପ୍ରବାହିତ ହେଉଥିବା ଦେଖାଯାଉଛି । ଏହି ପୋଲ ରାସ୍ତା ଉପରେ ଟ୍ରାକ୍ଟର ଚାଳକ ଜଣକ ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ପାଣି ସୁଅ ଭିତରେ ଯାଉଥିବା ଦେଖାଯାଉଛି । ସେଠାରେ ଉପସ୍ଥିତ ଥିବା କିଛି ଲୋକେ ଭିଡିଓ କରିବା ସହ ଏଭଳି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । କାରଣ ପାଣିର ପ୍ରଖର ସୁଅ ନଦୀରେ ଟ୍ରାକ୍ଟର ସହିତ ଉକ୍ତ ବ୍ୟକ୍ତିଙ୍କୁ ମଧ୍ୟ ଭସାଇନେଇପାରେ । କିଛି ବାଟ ଯିବା ପରେ ଭିଡିଓଟି ଶେଷ ହେଉଛି । ଆଗକୁ କ’ଣ ହେଉଛି, ତାହା ସ୍ପଷ୍ଟ ହୋଇ ନାହିଁ । ଭିଡିଓକୁ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଜନ୍ମାଷ୍ଟମୀ ପରେ କେତୁଙ୍କ ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ ; ଏହି ରାଶି ହେବେ ମାଲାମାଲ୍‌, ମିଳିବ ଧନ, ସନ୍ତାନ ସୁଖ..

- Advertisement -

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories