www.samajalive.in
Sunday, December 7, 2025
23.1 C
Bhubaneswar

ଶିଶୁକୁ ତଳେ କଚାଡି ଦେଲା କେୟାର ଟେକର; ସାମ୍ନାକୁ ଆସିଲା ଲୋମଟାଙ୍କୁରା ଦୃଶ୍ୟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ନୋଏଡାର ସେକ୍ଟର ୧୩୭ପାରସ୍‍ ଟିଆରା ସୋସାଇଟିର ଏକ ଡେ କେୟାର ସେଣ୍ଟରରେ ଅଭାବନୀୟ ଘଟଣା ଘଟିଛି । ୧୫ମାସର ଶିଶୁକୁ ଅତି ନୃସଂଶ ଭାବେ ତଳେ କଚାଡି ଦେବା ସହ ଅମାନବୀୟ ବ୍ୟବହାର ହୋଇଥିବା ଏକ ମାମଲା ସାମ୍ନାକୁ ଆସିଛି। ନାବାଳିକା କେୟାର ଟେକର ଜଣଙ୍କ ଛୋଟ ଝିଅଟିକୁ ଚାପୁଡା ମାରିବା ସହ ତଳେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। କେୟାର ଟେକର ଜଣଙ୍କ ଏତିକିରେ ସୀମିତ ନଥିଲେ, ସେ ଶିଶୁଟିକୁ ପ୍ଲାଟିକ୍‍ ବେଲ୍ଟରେ ପିଟିଥିବା ଏବଂ କାମୁଡି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ଶିଶୁର ମାଆଙ୍କ ଅଭିଯୋଗ କ୍ରମେ ସେକ୍ଟର ୧୪୨ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

ପରିବାର ଲୋକେ କହିଛନ୍ତି ଯେ ଶିଶୁର ଶରୀରରେ କାମୁଡା ଚିହ୍ନ ଦେଖିବାକୁ ମିଳିଛି । ଡାକ୍ତର ଏହି ଆଘାତକୁ କେହି କାମୁଡି ଦେଇଥିବା କହିଛନ୍ତି। ଏହି ଘଟଣାରେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଛି। ଯେଉଁଥିରୁ ଜଣାପଡିଛି ଯେ କେୟାର ଟେକର ଜଣଙ୍କ ଶିଶୁକୁ ତଳେ ପକାଇ ଦେଇ ମାଡ ମାରୁଥିବା ବେଳେ ଶିଶୁଟି ଜୋରରେ କାନ୍ଦିବାକୁ ଲାଗିଛି।
ଏହି ଘଟଣାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଯେ ସମୟରେ ଡେ କେୟାରର ମୁଖ୍ୟ ହସ୍ତକ୍ଷେପ କରିନାହାଁନ୍ତି। ସହାୟିକା ଏବଂ କେୟାର ଟେକର ମୁଖ୍ୟ ଶିଶୁର ପରିବାରକୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିବା ଜଣାପଡିଛି। ପୁଲିସ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ କେୟାର ଟେକରକୁ ଅଟକ ରଖି ତଦନ୍ତ ଚଳାଇଛି।  ଏହି ଘଟଣା ପରେ ପୁଣି ଥରେ ସହରରେ ଥିବା କେୟାର ଟେକର ପ୍ରତିଷ୍ଠାନ ଗୁଡିକ ଉପରେ ତଦାରଖ ଏବଂ ଦାୟିତ୍ୱ ଉପରେ ପ୍ରଶ୍ନ ଉଠାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories