www.samajalive.in
Saturday, December 6, 2025
15.1 C
Bhubaneswar

ଥର୍‌ ଗାଡି ଧକ୍କାରେ ନାବାଳିକା ପରେ ମାଆ ମୃତ

ଭୁବନେଶ୍ୱର : ପାତ୍ରପଡାରେ ଘଟିଥିବା ଥର୍‌ ଗାଡି ଦୁର୍ଘଟଣାରେ ନାବାଳିକା ପରେ ଚାଲିଗଲା ତାଙ୍କ ମାଆଙ୍କ ଜୀବନ। ମୃତ ମହିଳା ହେଲେ ରେବତୀ ରାଉଳ। ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ସହ ଶରୀରର ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ରାଖି ପୂର୍ଣ୍ଣିମା ଦିନ ପାତ୍ରପଡାଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ହିଁ ୮ ବର୍ଷୀୟ ନାବାଳିକାଙ୍କ ଜୀବନ ଚାଲି ଯାଇଥିଲା । ଏହାପରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିବା ସହ ଗାଡିକୁ ଜବତ କରି ପୁଲିସକୁ ଖବର ଦେଇଥିଲେ । ତେବେ ଚାଳକ ଏବେ ମଧ୍ୟ ଫେରାର୍‌ ଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ମିଳିଥିବା ଖବର ଅନୁସାରେ, ରେବତୀ ରାଖି ପୂର୍ଣ୍ଣିମା ଅବସରରେ ନିଜ ବାପଘର ପଟିଆକୁ ଯାଇ ସନ୍ଧ୍ୟାରେ ଘରକୁ ଫେରୁଥିଲେ । ଘର ନିକଟରେ ରାସ୍ତା ପାର୍‌ ହେଉଥିବା ବେଳେ ମାଆ,ପୁଅ ଓ ଝିଅକୁ ଥର୍‌ ଗାଡି ଧକ୍କା ଦେଇଥିଲା।

ଦେଖନ୍ତୁ ଭିଡିଓ .. ବ୍ୟକ୍ତିଙ୍କ ପାଗଳାମି; ପ୍ରଖର ପାଣି ସୁଅରେ ନେଲେ ଟ୍ରାକ୍ଟର, ତା’ପରେ

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories