www.samajalive.in
Friday, December 5, 2025
20.1 C
Bhubaneswar

ସ୍ୱାଧୀନତା ଦିବସ : ଦେଶ ପାଇଁ ମହାନ ପୁରୁଷଙ୍କ ବଳିଦାନ ; ସର୍ବଦା ହୃଦୟରେ ସେମାନେ ଚିରସ୍ମରଣୀୟ

ସ୍ୱାଧୀନତା ହେଉ ଅଥବା ସ୍ୱତନ୍ତ୍ରତା ଏହି ଶବ୍ଦର ଅର୍ଥ ଏକ ବ୍ୟକ୍ତି ଜୀବନରେ କ’ଣ ? ଏହି ଶବ୍ଦର ପ୍ରକୃତ ସତ୍ୟାସତକୁ ଜଣେ କେତେ ଅନୁଭବ କରିପାରିଛି। ଆମେ ଘରେ ବସି ଯେଉଁ ଶାନ୍ତିର ନିଶ୍ୱାସ ନେଉଛେ ତାହା କେବଳ ଆମର ପୂର୍ବପୁରୁଷ ଓ ସହସ୍ରାଧିକ ସଂଗ୍ରାମୀମାନଙ୍କ ଆତ୍ମବଳୀଦାନ ଯୋଗୁ ସମ୍ଭବ ହୋଇଛି। ବହୁ କଷ୍ଟରେ ଆମକୁ ଏହି ସ୍ୱାଧୀନତା ପ୍ରାପ୍ତ ହୋଇଛି ,ତେଣୁ ଆମର ପ୍ରମୁଖ କର୍ତ୍ତବ୍ୟ ହେଉଛି ଆମେ ଏହାର ବାସ୍ତବତାକୁ ବୁଝିବା।
ଏହି ସ୍ୱାଧୀନତା ପ୍ରାପ୍ତି ପାଇଁ ବହୁ ମହାନ ବ୍ୟକ୍ତି ମାନେ ନିଜର ପ୍ରାଣ ବଳି ଦେଇଥିଲେ।ସେମାନଙ୍କ ଯୋଗୁ ହିଁ ଭାରତ ଆଜି ସ୍ୱାଧୀନ। ସେହି ଭଳି ମହାନ ବ୍ୟକ୍ତିମାନେ ହେଲେ, ଜାତିର ପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲଭଭାଇ ପଟେଲ, ଜବାହର ଲାଲ ନେହେରୁ,ଲାଲ ବାହାଦୁର ଶାସ୍ତ୍ରୀ, ଭଳି ମହାନ ବ୍ୟକ୍ତିତ୍ୱ।
ଏହି ସ୍ୱାଧୀନତା ଦିବସ ଉପଲକ୍ଷେ ଆସନ୍ତୁ ଜାଣିବା, ଜାତିର ପିତା ମହାତ୍ମା ଗାନ୍ଧୀ ‘ବାପୁଜୀ’ଙ୍କ ବିଷୟରେ…….
ଗୁଜୁରାଟର ପୋରବନ୍ଦରେ ୧୮୬୯ ମସିହା ଅକ୍ଟୋବର ୨ତାରିଖରେ ଏହି ମହାନ ଆତ୍ମାଙ୍କ ଜନ୍ମ ହୋଇଥିଲା। ଯାହାଙ୍କ ଜନ୍ମଦିବସକୁ ଖାଲି ଭାରତ ନୁହେଁ ସାରା ବିଶ୍ୱରେ ରାଷ୍ଟ୍ରୀୟ ଦିବସ ରୂପେ ପାଳନ କରାଯାଏ। ପିତା କରମଚାନ୍ଦ ଗାନ୍ଧୀ ଓ ମାତା ପୁତୁଲୀ ବାଈ ଗାନ୍ଧୀଙ୍କ ନାମ ମୋହନ ଦାସ କରମଚାନ୍ଦ ଗାନ୍ଧୀ ବୋଲି ରଖିଥିଲେ। ପିଲାଟି ବେଳରୁ ସେ ଖୁବ ସାଧାସିଧା ଓ ତାଙ୍କ ଜୀବନରେ ସତ୍ୟ, ଅହଂସା,ନିଷ୍ଠାର,ସଚ୍ଚୋଟ ଓ ଶୃଙ୍ଖଳାର ମୂଲ୍ୟ ସବୁଠାରୁ ଅଧିକ ଥିଲା। ଏହାକୁ ସେ ନିଜ ଜୀବନର ବ୍ରତ ଭାବେ ଧାରଣ କରିଥିବା ସହ ସାରା ବିଶ୍ୱକୁ ଏହାର ମହତ୍ତ୍ୱ ବୁଝାଇ ଦେଇଥିଲେ। ଧୀରେ ଧୀରେ ବଡ଼ ହେବା ପରେ ସେ ‘ଆଇନ’ ପଢିବା ନିମନ୍ତେ ଇଂଲଣ୍ଡ ଯାଇଥିଲେ।ଏହା ପରେ ସେ ଭାରତକୁ ଏକ ଓକିଲ ଭାବେ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଏକ ମକଦ୍ଦମା ଯୋଗୁ ଦକ୍ଷିଣ ଆଫ୍ରିପା ଯାଇଥିଲେ। ସେଠାରେ ସେ କଳାଗୋରାର ଭେଦଭାବ ଦେଖି ଏଭଳି କୁନୀତିକୁ ଦୂର କରିବା ଥିଲା ତାଙ୍କର ଲକ୍ଷ୍ୟ।
ସେ ଇଂରେଜମାନଙ୍କ ବିରୁଦ୍ଧରେ ଲଢିବା ପାଇୁଁ ଏକ ରାସ୍ତା ଚୟନ କରିଥିଲେ ଯାହା ଥିଲା ସତ୍ୟ ଓ ଅହିଂସାର ପଥ, ‘ସତ୍ୟାଗ୍ରହ’। ଅହିଂସା ମାଧ୍ୟମରେ ବିରୋଧ କରିବା। ବହୁ ଲୋକ ତାଙ୍କର ଏହି ନୀତିରେ ଅନୁପ୍ରାଣିତ ହୋଇ ତାଙ୍କୁ ଅନୁକରଣ କରିଥିଲେ।
ଏହି ଭଳି ବିଭିନ୍ନ ବାଧାବିଘ୍ନ ସର୍ତ୍ତେ ଅହିଂସା ଓ ସତ୍ୟକୁ ଆଧାର କରି ବହୁ କଷ୍ଟରେ ସେ ଭାରତବାସୀଙ୍କ ନିମନ୍ତେ ଆଣି ଦେଇଥିଲେ ସ୍ୱାଧୀନତା।ଯାହାଙ୍କ ପାଇଁ ଆଜି ଆମେ ସୁଖରେ ଓ ସ୍ୱାଧୀନ ଭାବେ ଜୀବନ ବିତେଇବା ସହ ଆମ ଦେଶ ଭାରତ ଓ ଆମେ ଭାରତୀୟ ବୋଲି ଗର୍ବରେ କହିପାରୁଛୁ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories