www.samajalive.in
Friday, December 5, 2025
23.1 C
Bhubaneswar

ଦୌଲତ ବେଗ୍‌ ଓଲ୍ଡିରେ ଭାରତ-ଚୀନ ୬ଷ୍ଠ କମାଣ୍ଡର ସ୍ତରୀୟ ବୈଠକ ଜାରି

ନୂଆଦିଲ୍ଲୀ: ପୂର୍ବ ଲଦାଖ ଅଞ୍ଚଳରେ ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ଦୁଇ ଦେଶ ମଧ୍ୟରେ ମେଜର ଜେନେରାଲ ସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ଲଦାଖର ଦୌଲତ ବେଗ୍‌ ଓଲ୍ଡି(ଡିବିଓ)ଠାରେ ଅପରାହ୍ନ ୧ଟାରୁ ବୈଠକ ଜାରି ରହିଛି। ଏଲଏସି(ପ୍ରକୃତ ନିୟନ୍ତ୍ରଣ ରେଖା)ରୁ ଦୁଇ ଦେଶ ନିଜର ସୈନ୍ୟଙ୍କୁ ହଟାଇବା ଲାଗି ଆଲୋଚନା ହେଉଛି। ତେବେ ଏହି ବୈଠକରେ ଡେପସାଙ୍ଗ ଅଞ୍ଚଳରେ ଲାଗି ରହିଥିବା ଉତ୍ତେଜନା ହ୍ରାସ ଦିଗରେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି। ଡେପସାଙ୍ଗର ଅପରପାର୍ଶ୍ଵରେ ଚୀନ ସେନା ପ୍ରାୟ ୧୫ ହଜାର ସୈନିକଙ୍କୁ ମୁତୟନ କରିଛି। ସେହିପରି ଭାରତ ମଧ୍ୟ ବହୁ ସଂଖ୍ୟା ସୈନ୍ୟ ଠୁଳ କରିଛି।

ଶନିବାର ଚାଲିଥିବା ବୈଠକରେ ଭାରତ ପକ୍ଷରୁ ୩ ମାଉଣ୍ଟେନ ଡିଭିଜନର କମାଣ୍ଡିଂ ଜେନେରାଲ ଅଫିସର ମେଜର ଜେନେରାଲ ଅଭିଜିତ ବାପଟ ପ୍ରତିନିଧିମଣ୍ଡଳର ନେତୃତ୍ଵ ନେଉଛନ୍ତି। ସୂଚନାଯୋଗ୍ୟ, ଗତ ରବିବାର ଭାରତ ଓ ଚୀନ ମଧ୍ୟରେ ୫ ସେନା କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ୧୧ ଘଣ୍ଟା ଧରି ଚାଲିଥିଲା। ଏହି ବୈଠକରେ ଭାରତ ପକ୍ଷରୁ ଚୀନକୁ ଏଲଏସିର ସମସ୍ତ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ପାଇଁ କୁହାଯାଇଥିଲା।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories