www.samajalive.in
Tuesday, December 9, 2025
15.1 C
Bhubaneswar

ଏଲଏସିରେ ଗୁଳିମାଡ଼: ଭାରତୀୟ ସେନାର ବୟାନ, ଆମ ପକ୍ଷରୁ ଗୁଳିମାଡ଼ ହୋଇ ନାହିଁ

ନୂଆଦିଲ୍ଲୀ: ଭାରତୀୟ ସେନା ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍(ଏଲ୍‌ଏସି)କୁ ଅତିକ୍ରମ‌ କରି ଗୁଳି ଚଳାଇଛି ବୋଲି ଚୀନର ଅଭିଯୋଗକୁ ଖଣ୍ଡନ କରିଛି ଭାରତ। ଆମ ପକ୍ଷରୁ ପ୍ରଥମେ ଗୁଳିମାଡ଼ ହୋଇ ନ ଥିଲା ।  ସୀମାରେ ଚୀନରେ ପିଏଲଏ ଟ୍ରୁପସ ଗୁଳିମାଡ କରିଛି ବୋଲି ଭାରତୀୟ ସେନା କହିଛି। ଚୀନ ସେନାକୁ ଭୟଭୀତ କରିବା ପାଇଁ ଆମେ ତତକ୍ଷଣତା ସଜାଗ ଥିଲୁ। ଚୀନ ବାରମ୍ବାକ ସୁରକ୍ଷା ସମ୍ପର୍କିତ ଚୁକ୍ତି ଉଲଙ୍ଘନ କରି ଆସୁଛି। ସେପ୍ଟେମବର ୭ରେ ଚୀନ ଭାରତ ପୋଷ୍ଟ ମୁହାଁ ହୋଇଥିଲେ। ଆମେ ରୋକିବାରୁ ଚୀନ ସେନା ଏକାଧିକ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ। ଆମ ସେନା କୌଣସି ଗୁଳିମାଡ କରିନାହାନ୍ତି, ସଂଯମତା ରକ୍ଷା କରିଛନ୍ତି।  ତେବେ ଏଳଏସିରେ କୌଣସି ଉତ୍ତେଜନାପୂର୍ଣ୍ଣ ସ୍ଥିତି ନ ଥିବା ସ୍ପଷ୍ଟ କରିଛି ସେନା।  ସୀମାରେ ଶାନ୍ତି ବଜାୟ ରଖିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଏହାପୂର୍ବରୁ ଚୀନ୍‌ର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ମୁଖପାତ୍ର କର୍ଣ୍ଣେଲ ଜହାଙ୍ଗ ଶିଆଲି ଦାବି କରିଥିଲେ ଯେ ଭାରତୀୟ ସେନା ଉତ୍ତେଜନାମୂଳକ କାର୍ଯ୍ୟ କରୁଥିବାବେଳେ ପାଙ୍ଗୋଙ୍ଗ ସୋ ହ୍ରଦର ଦକ୍ଷିଣ କୂଳ ନିକଟ ଶେନପାଓ ପର୍ବତରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ଅତିକ୍ରମ କରିଛି। ସେ ଆହୁରି ବି କହିଥିଲେ ଯେ ଅପରେସନ ସମୟରେ ଭାରତୀୟ ସେନା ଗୁଳି ଚଳାଇ ତାଙ୍କ ସୈୖନିକମାନଙ୍କକୁ ଧମକ ମଧ୍ୟ ଦେଇଥିଲା।

- Advertisement -

 

 

 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories