www.samajalive.in
Saturday, December 6, 2025
14.1 C
Bhubaneswar

ମେଲବୋର୍ଣ୍ଣରେ ଭାରତର ଐତିହାସିକ ବିଜୟ

ମେଲବୋର୍ଣ୍ଣ : ମେଲ୍‌ବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାର ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୭ ଓ୍ଵିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୩ଟିକିଆ ସିରିଜରେ ୨-୧ରେ ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଥର ପାଇଁ ଭାରତ ଦ୍ୱିପାକ୍ଷିକ ଦିନିକିଆ ସିରିଜ ହାତେଇଛି । ମେଲବୋର୍ଣ୍ଣରେ ଖେଳାଯାଇଥିବା ଶେଷ ଦିନିକିଆରେ ଭାରତ ପ୍ରଥମେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୨୩୦ ରନ କରିବା ସହ ଭାରତ ପାଇଁ ୨୩୧ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଅଷ୍ଟ୍ରେଲିଆର ୨୩୧ରନର ବିଜୟ ଲକ୍ଷ୍ୟକୁ ପିଛାକରି ଭାରତ ମାତ୍ର ୩ୱିକେଟ ହରାରଇ ହାସଲ କରିନେଇଛି। ଘାତକ ବୋଲିଂ ପାଇଁ ଚହଲଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚନା କରାଯାଇଛି। ସେ ୪୨ ରନ୍‌ ଦେଇ ୬ଟି ୱିକେଟ୍‌ ହାସଲ କରିଛନ୍ତି। ସିରିଜରେ ସର୍ବାଧିକ ରନ କରି ମହେନ୍ଦ୍ର ସିଂହ ଧୋନି ପ୍ଲେୟର ଅଫ୍‌ ଦି ସିରିଜ୍‌ ବିବେଚିତ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories